ଭଲ କାମ କରିଯିବା
ଭଲ କାମ କରିଯିବା
ଭଲ କାମ ଆମେ କରିଯିବା
ଦୁଃଖ ଯାତନାକୁ ସହିଯିବା ।
ଯେତେ ବଡ ବିପଦ ଆସୁ ଥାଉ
ନିର୍ଭୟରେ ସମାଧାନ କରିଦେବା ।
କ୍ଷଣିକ ଏଇ ଅଳିକ ଜୀବନ
ରଖି ଯିବା ଆମେ ସନ ମାନ ।
ନୀତି ନିୟମ ରେ ଚାଲୁ ଥିଲେ
ରୋଗ ଦୁଃଖ ହେବ ନାହିଁ ଭଲେ ।
ଦୟା କ୍ଷମା ଗୁଣ ଧରି ମନେ
ଆଗେଇବା ଆସ ସବୁ ଜନେ ।
ଇଶ୍ଵର ଚେତନା ମନେ ଗୁଣୀ
ଧ୍ଵଂସ ର ତାଣ୍ଡବ ରଚି ବାନି ।
ରକ୍ଷା କରିବା ପ୍ରକୃତିକୁ
ସୁରକ୍ଷା ଦେବା ପରିବେଶକୁ ।
ସ୍ବପରିବର୍ତନ ବିଶ୍ବ ପରିବର୍ତ୍ତନ
ହେବା ଆମେ ସବୁ ସଚେତନ ।।
