STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଭଲ ବାଟେ ମୋତେ ନିଅ

ଭଲ ବାଟେ ମୋତେ ନିଅ

1 min
335


ଭଲ ବାଟେ ମୋତେ ନିଅ 

ଆହେ ସାଇ

ଭଲ ବାଟେ ମୋତେ ନିଅ

ଯେଉଁ ପଥେ ଗଲେ 

ଆହେ ସାଇ ନାଥ

ନ ଥିବ ସଙ୍କଟ ଭୟ।

ଭଲ ବାଟେ ମୋତେ ନିଅ,,,


ଚାଲୁ ଚାଲୁ ଯେବେ 

ଅବାଟରେ କେବେ

ପାଦ ମୋର ଖସି ଯାଏ

ଚଞ୍ଚଳ ମନ ମୋ

କେତେବେଳେ ଯେବେ 

ତୁମ ନାମ ଭୁଲି ଯାଏ

ଅବାଟରୁ ମୋତେ ଫେରାଇ ଆଣିବ

କୁ ପଥ ମନ କୁ ଅଟକାଇ ଦେବ

ଚରଣେ ଶରଣ ଦିଅ।

ଭଲ ବାଟେ ମୋତେ ନିଅ,,,


ଏ ମାୟା ସଂସାରେ

ସବୁ ପରା ମିଛ

ତୁମେ ଏକା ସତ ସାଇ

ତୁମ ଭାବନାରେ

ତୁମ ସ୍ମରଣରେ

ଦିବା ନିଶି ଯାଉ ବହି

କରିବ କରୁଣା ଊଣା ନ କରିବ

ଅଧମ ଜନରେ ସୁଦୟା ବହିବ

ପାଦ ତଳେ ଠାବ ଦିଅ।


 ଭଲ ବାଟେ ମୋତେ ନିଅ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational