STORYMIRROR

Prajna Paramita Mohanty

Classics Others

4  

Prajna Paramita Mohanty

Classics Others

ଭଲ ଅଛ ?

ଭଲ ଅଛ ?

1 min
91

ହଠାତ ଦେଖା ହୋଇଗଲେ 

ବାଟ ଅବାଟରେ, ବେଳ ଅବେଳରେ

ଚିହ୍ନା-ଅଚିହ୍ନା ମୁହଁର ପ୍ରଶ୍ନବାଣ |

ଜିଜ୍ଞାସା- କିହୋ କିପରି ଅଛ ?


ଭଲ ଅଛି |

ଆଃ ! --- ଫାଙ୍କି ଦେବାଠାରୁ ଖସିଯିବାର ମୋହ |

       --- ନିରୁତ୍ତରିତ ହେବାଠାରୁ ହାରିଯିବାର ଭୟ | 

       --- ନା ଏକ ସମୟଚକ୍ରରେ ଜୀବନାବଳୀର ଦାୟ |


କା'ର ବା କି ଯାଏ, 

ବାୟା ଚଢେଇର ବସା ଭଳି ସେ ତ ତୁଛାକୁ ଝୁଲୁ ଥାଏ |


Rate this content
Log in

Similar oriya poem from Classics