STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ଭକ୍ତଟିଏ ମତେ କର ମହାବାହୁ

ଭକ୍ତଟିଏ ମତେ କର ମହାବାହୁ

2 mins
198


ଜ୍ଞାନୀଟିଏ ମତେ କର ନାହିଁ ପ୍ରଭୁ,

ଜ୍ଞାନୀଟିଏ ମତେ କର ନାହିଁ,

ଜ୍ଞାନୀ ଯଦି ମୁହିଁ ହୋଇଯିବି ପ୍ରଭୁ,

ଜ୍ଞାନ ବଳେ ଉଚ୍ଚ କୁ ଉଠି ଉଠି ଯିବି,

କାହାକୁ ପୁଣି ପ୍ରଭୁ ମୁଁ ନ ଡରିବି,

ଗର୍ବ ଅହଙ୍କାରୀ ହୋଇ ମୁଁ ଯେ,

  ଅନ୍ୟକୁ ତୁଚ୍ଛ ମଣିବି,

ଅନ୍ଧ ମୋହ ରେ ମଦମତ୍ତ ହୋଇ,

   କ୍ଷମତା ପିପାସୁ ହୋଇବି,

ସମ୍ମାନ ପାଇବା ପାଇଁ ଲାଳାୟିତ ହୋଇ,

ଅନ୍ୟକୁ ଅସମ୍ମାନ ମୁଁ ଯେ କରିବି।

ତର୍କ ବିତର୍କ ରେ ତୋ ନାମକୁ ଭୁଲି,

  ତୋ ଗାରିମା ରେ କଳଙ୍କ ଲଗାଇବି,

ଜ୍ଞାନ ବଳେ ସିନା ଉଚ୍ଚା ମୁଁ ଉଠି,

          ଗଗନ କୁ ଚୁମ୍ବିଯିବି,

ହେଲେ ପ୍ରଭୁ ଅହଂ ଗର୍ବରେ ତୋଠୁଁ ଦୁରେଇ,

      ରସାତଲଗାମି ମୁଁ ଯେ ହେବି।

ତେଣୁ ଭକ୍ତଟିଏ ମତେ କର ମହାପ୍ରଭୁ,

      ଭକ୍ତଟିଏ ମତେ କର,

  ଦିବା ନିଶି ତୋ ନାମ ଜପୁଥିବି ,

 କେବଳ ତୋ ରୂପକୁ ଚିନ୍ତନ କରିକରି,

   ଏ ଜୀବନ ଯୌବନ ବିତାଇବି।

ଯଦି ମୁରୁଖ ବୋଲି ଜଗତ କଟାକ୍ଷ କରିବ,

   ମତେ ତ ଫରକ ପଡ଼ିବ ନାଇଁ,

ଭକତ ସିନା ଜାଣେ ଭକତି ରେ ଅଛି କେତେ ଜ୍ଞାନ,

   ସେ କଥା ଜ୍ଞାନୀ ତର୍କି ଜାଣିବ କାହିଁ।

ଜ୍ଞାନ ବଳେ ସଦା ତର୍କ ଯେ ହୁଅଇ,

  ତର୍କ ପାଇଁ ବହୁ ଦୁରେ ରହେ ହରି,

ହେଲେ ଜାଣେ ମୁହିଁ ଭକ୍ତି ମାର୍ଗେ ସହଜେ ଲଭିଇ,

  ମୋର ଭକତ ରସିଆ ମୁରାରୀ।

ତେଣୁ ହେ ପ୍ରଭୁ ଜ୍ଞାନ ମାନ ଜନ ,

     ମୋର ତ ଲୋଡ଼ା ନାହିଁ,

ମାଗୁ ନାହିଁ ଜ୍ଞାନ, ମାଗୁ ନାହିଁ ଧନ,

  ମାଗୁଛି ତୋ ଭକତି ଟିକିଏ ମୁହିଁ,

ସେ ଭକତି ରସ ପାନ କରି କରି ଉଚ୍ହେ ଉଚ୍ହେ ଯାଉଥିବି,

ଭକତି ର ପାଇଁ କେବେବି ମୁହିଁ ନିଚରେ ନପଡ଼ିବି,

ଏକଥା ମଧ୍ୟ ଭଲରେ ଜାଣିଛି ମୁହିଁ ,

ତୋ ଗୁଣ ଗାଇଣ ,ତୋ ନାମ ଜପିଣ ,

 ଯେବେ ଭକ୍ତି ରେ ତୋଠାର ମଜ୍ଜି ଯିବି,

 ତେବେ ସିନା ମରଣାନ୍ତେ ମୁହିଁ ତୋ ବୈକୁଣ୍ଠ ମୁଁ ଯେ ଲଭିବି।

ଯେଉଁଠି ନଥିବ ଜ୍ଞାନୀ ହେବାର ବଡ଼ିମା,

ଯେଉଁଠି ଥିବ କେବଳ ତୋହରି ଗାରିମା,

ଯେଉଁଠି ନଥିବ ଗର୍ଵ ଅହଂକାର ମୁକାର,

ଯେଉଁଠି କେବଳ ତୁ ଥିବୁ ମୁରଲୀଧର,

ଯେଉଁଠି କେବଳ ଭକତି ଧାର ବହୁଥିବ,

ଯେଉଁଠି ତୋ ନାମ କୀର୍ତ୍ତନ ଚାଲିଥିବ,

ସେଇଠି ରହି ପ୍ରଭୁ ତୋ ଗୁଣ ଗାଉଥିବି,

ଜ୍ଞାନ ର ବଡ଼ିମା,କ୍ଷମତା ଲୋଭରେ, 

ଧନ ଜନ ମୋହରେ ଯେମିତି ମୁଁ ନ ପଡିବି,

ସେତିକି ଭକତି ଦେଇ କରୁଣା କରିବୁ,

ଯେମିତି ସଦା ତୋ ପୟର ମୁଁ ସେବୁଥିବି।

ତୋ ନାମରେ ଦେବୁ ଏତିକି ବିଶ୍ବାସ,

ଯେମିତି ଜୀବନର ବ୍ରତ ହେବ,

କେବଳ ହିଁ କେବଳ ତତେ ପାଇବାର ଆଶ,

ଏ ହୃଦୟେ କେବଳ ପ୍ଲାବିତ ହେବ ତୋ ଭକତି ରସ,

ଏ ଭଵ ସାଗରେ ସେ ଭକତି ରସ ହୋଇ ନାବିକ,

ନେଇଯିବ ତୋର ପାଶ ପ୍ରଭୁଜୀ ନେଇଯିବ ତୋର ପାଶ ।

ଭକତି ପାଇଁ ମୁଁ ଲଭିବି ମୁକତି,

ଭକତି ପାଇଁ ମତେ ମିଳିବ ଶାନ୍ତି ପ୍ରୀତି

ଜ୍ଞାନ ମତେ କାଁହୁ ଦେଵ ସେ ମୁକତି,

କାହୁଁ ସେ ପାଇବ ଶାନ୍ତି ଭରା ପ୍ରିତି,

ତେଣୁ ପ୍ରଭୁ ମତେ ଜ୍ଞାନୀ ନକରି,

ଭକ୍ତଟିଏ ମତେ କର ମହାବାହୁ,

ଜନମ ଜନମ ଏ ଅକୀଞ୍ଚନ ମତିମାରୀ,

ତୋ ପୟର ସେବୁଥାଉ,ପ୍ରଭୁଜୀ ତୋ ପୟର ସେବୁଥାଉ।


  



Rate this content
Log in

Similar oriya poem from Classics