STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ଭକ୍ତର ଭଗବାନ

ଭକ୍ତର ଭଗବାନ

1 min
463


 ହେ ଚକାନୟନ  ତବ ଦରଶନ

    ବିନା ନାହିଁ ଗତି ମୁକ୍ତି,

 ଏତିକି ଶକତି  ଦିଅ ବିଶ୍ୱପତି

   ଶ୍ରୀଚରଣେ ରହୁ ମତି।


 ତବ ଶ୍ରୀଚରଣ  ବିନା ନାହିଁ ଆନ

   ଆଶ୍ରା କି ଅଛି ଜଗତେ

 ସେ ପଦ୍ମ ପୟର  ସେବି ନିରନ୍ତର

   ଜୀବନ ଯାଉ ମରତେ।


 ମାନବ ଜୀବନ  ବିରଳ ଅଟଇ

     କର ସରସ ସୁନ୍ଦର,

 ସତ୍ୟ,ଶାନ୍ତି,ଦୟା  କ୍ଷମା ଗୁଣ ଧରି 

    ମର୍ତ୍ତ୍ୟ ମଣ୍ଡଳେ ବିହର।


 ତବ ନାମାବଳୀ  ପଥର ସଙ୍ଖାଳି

     କରିଅଛି ନିଶି ଦିନ,

 କରୁଣା ବାରିଧି  ଆହେ ଦୟାନିଧି

     ଦୟାମୟ ଭଗବାନ ।


 ଅପାର କରୁଣା  ନକର ହେ ଊଣା

     ତୁମେ କରୁଣାସାଗର,

 ତବ କୃପା ବିନ୍ଦୁ   ବଳେ ଭବସିନ୍ଧୁ

    ଅଚୀରେ ହୋଇବି ପାର ।


 ପଡ଼ି ଭବ ଜଳେ  ପରାଣ ଆକୁଳେ

      ବିକଳେ କରଇ ଅଳି

  ନାହିଁ ଥଳକୂଳ    ଆହେ ଆଦିମୂଳ

    କୋଳେ ନିଅ ପ୍ରଭୁ ତୋଳି ।


Rate this content
Log in

Similar oriya poem from Inspirational