STORYMIRROR

Ajit Kumar Raut

Drama

3  

Ajit Kumar Raut

Drama

ଭକ୍ତଙ୍କ ପାର୍ବଣ

ଭକ୍ତଙ୍କ ପାର୍ବଣ

1 min
198


ରଜ ସଂକ୍ରାନ୍ତି ରୁ ପବିତ୍ର ପାର୍ବଣ


ଶୁଭାରମ୍ଭ ହେଲା ଦେଶେ


ଭକ୍ତଙ୍କ ପାର୍ବଣ ଆଶୁ ଅଛି ପୁଣି


ଭକ୍ତଙ୍କ ଭକ୍ତିର ଦେଶେ।



ବଡ଼ଦେଉଳର ବଡ଼ଦାଣ୍ଡରେ ହିଁ


ହେବ ଭକ୍ତ ସମାଗମ,


ଜଗନ୍ନାଥ ନାମ ଭକ୍ତ ମନ ମଧ୍ୟେ


ଭକ୍ତିପୂର୍ଣ୍ଣ ହେବ ନାମ।



ରଥରେ ବସିବେ ପ୍ରଭୁ ଜଗନ୍ନାଥ


ଭକ୍ତଙ୍କୁ ଦେବେ ଦର୍ଶନ,


ଉଛୁଳି ପଡ଼ିବ ବଡ଼ଦାଣ୍ଡ ପୁଣି


କାଳିଆ ନାମ ଗୁଞ୍ଜନ।



ରଥେ ବସି ଥିବେ ପ୍ରଭୁ ଜଗନ୍ନାଥ


ଭକ୍ତ ଟାଣୁ ଥିବେ ରଥ,


ମାଉସୀ ଘରକୁ ଯିବେ ଜଗନ୍ନାଥ


ପୁରୁ ଥିବ ମନରଥ।



ରଥଯାତ୍ରା ହୁଏ ପବିତ୍ର ପାର୍ବଣ


ପୂର୍ଣ୍ଣ ହୁଏ ମନୋରଥ,


ଦର୍ଶନ ନିମନ୍ତେ ଅମୂଲ୍ୟ ପାର୍ବଣ


ଭକ୍ତିପୂର୍ଣ୍ଣ କର୍ମପଥ।



ନଅ ଦିନ ହୁଏ ପବିତ୍ର ପାର୍ବଣ


ଭକ୍ତିପୂର୍ଣ୍ଣ ଭକ୍ତି ତହିଁ,


ଜଗନ୍ନାଥଙ୍କର ଜଗତ କଲ୍ୟାଣେ


ରଥଯାତ୍ରା ହୁଏ ତହିଁ।



ଭକ୍ତ ମନବାଞ୍ଛା ପୂରଣ ହୁଅଇ


କୋଟି କୋଟି ଜନ୍ମ ଫଳ,


ତାଙ୍କରି ଦର୍ଶନେ ସବୁ ସିଦ୍ଧି ହୁଏ


ମିଳେ ହିଁ ପ୍ରଭୁ ଯୁଗଳ।



ନନ୍ଦିଘୋଷ ରଥେ ପ୍ରଭୁ ବସି ଥିବେ


ତାଳଧ୍ଵଜେ ବଳରାମ,


ଦେବଦଳନ ରେ ସୁଭଦ୍ରା ବସିବେ


ଦିଶୁ ଥିବ ମନୋରମ।



ଶଙ୍ଖ ହୁଳହୁଳି ଶବ୍ଦ ଗୁଞ୍ଜୁ ଥିବ


ମୃଦଙ୍ଗର ତାଳେ ତାଳେ,


କାଳିଆ କାଳିଆ ଗୁଞ୍ଜୁ ଥିବ ଦାଣ୍ଡ


ଭକ୍ତଙ୍କର ତାଳେ ତାଳେ।



ରଜ ସଂକ୍ରାନ୍ତି ରୁ ପବିତ୍ର ପାର୍ବଣ


ଶୁଭାରମ୍ଭ ହେଲା ଦେଶେ,


ଭକ୍ତଙ୍କ ପାର୍ବଣ ଆସୁ ଅଛି ପୁଣି


ଭକ୍ତଙ୍କ ଭକ୍ତିର ଦେଶେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama