STORYMIRROR

Samar Ballav Bhoi

Tragedy Inspirational

3  

Samar Ballav Bhoi

Tragedy Inspirational

ଭକ୍ତି

ଭକ୍ତି

1 min
217


ସଂସାର ମାୟା ତ ମାରାତ୍ମକ ଅହଂକାର

ବିଶ୍ଵାସ ଅବିଶ୍ୱାସେ ବନ୍ଧା ଜୀବନ ଆମର

ପିତାମାତା ଭାଇ ବନ୍ଧୁ ଅଟନ୍ତି ପରିବାର

ଭକ୍ତି ପୂଜା ଆରାଧନା ହୁଏ ଦରକାର।।


ଭକ୍ତି ନିଷ୍ଠା ସମର୍ପଣେ ଆନନ୍ଦ ମିଳଇ

ମୁକ୍ତି ମୋକ୍ଷର ମାର୍ଗ ଭକ୍ତି ଯେ ଅଟଇ 

ଭାବକୁ ନିକଟ ଅଭାବକୁ ଦୂର କରଇ

ଈଶ୍ୱର ଭକ୍ତିରେ ସବୁ ସନ୍ତୁଷ୍ଟ ଆସଇ।।

  

ଭକ୍ତି ଭାବ ଶ୍ରଦ୍ଧା ରଖି ଡାକିଲେ ଈଶ୍ୱର

ଭକ୍ତକୁ ମିଳେ ଶାନ୍ତି ସୁଖ ସତ୍ୟ ସୁନ୍ଦର

ଭକ୍ତିର ଶକ୍ତିରେ ଭକତ ହୁଏ ବିଭୋର

ବିପଦ ଆପଦେ ପ୍ରଭୁ କରନ୍ତି ବିଚାର।। 


ଭକ୍ତି ହୃଦୟେ ପୂଜିଲେ ଦେବତା ଈଶ୍ୱର 

ମନ ମନ୍ଦିରରୁ ମିଳେ ସୁଖଶାନ୍ତିର ଆଧାର।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy