ଭକତି ପ୍ରଦୀପ
ଭକତି ପ୍ରଦୀପ
ଚଇତି ପୂର୍ଣ୍ଣମୀ ଶୁଭ ଅବସରେ
ଭକତି ପ୍ରଦୀପ ଜାଳି
କରୁଛୁ ଆହ୍ୱାନ ଆଦ୍ୟ ବଇଶାଖ
ବିରଜେ ଦେବୀ ବାସେଳୀ ।
ଖଣ୍ଡ ମା ଦୂରିତ ଦୁଃଖ ଦୈନ୍ୟ କଷ୍ଟ
ଶ୍ରୀଦେବୀ ମା ମହାଲକ୍ଷ୍ମୀ
ପ୍ରଥମ ଦିବସେ ଯଜ୍ଞ ସ୍ୱରୂପିଣୀ
ଜଣାଉ କୋଟି ପ୍ରଣତି ।
ଦ୍ୱିତୀୟ ଦିବସେ ଦେବୀ ଅଧିଷ୍ଠାତ୍ରୀ
ତୁମେ ମହା ସରସ୍ୱତୀ
ଭକ୍ତି ନଇବେଦ୍ୟ ଅର୍ଘ୍ୟ ସମର୍ପଣେ
ବରଦା ସୁଖଦା ଶାନ୍ତି ।
ଯଜ୍ଞ ପୂର୍ଣ୍ଣ।ହୂତି ତୃତୀୟ ଦିବସ
ବସୁମାତେ ଭଦ୍ରକାଳୀ
ହୁଅନ୍ତୁ ସଦୟ ଭକ୍ତ ହନୁମାନ
ଜଣାଉଛୁ ହାତଯୋଡି ।
ରହନ୍ତୁ ପ୍ରସନ୍ନ ଭୂଦେବୀ ବସୁଧା
ଅନ୍ତରୀକ୍ଷେ ଦେବଗଣ
ହୁଏ ଆୟୋଜନ ନାମ ସଙ୍କୀର୍ତ୍ତନ
ସ୍ୱସ୍ତି ସ୍ୱ।ହା ସ୍ୱଧା ଯଜ୍ଞ ।
ଅନ୍ନ ବସ୍ତ୍ର ଦାନ ଦକ୍ଷିଣା ପ୍ରସାଦେ
ପିତୃଗଣ ପରିତୋଷ
ଭକତି ସୁମନ କରୁଛୁ ଅର୍ପଣ
ଦିଅ ମାତା ଶୁଭାଶିଷ ।
