STORYMIRROR

Anirudha Kund

Tragedy Classics

3  

Anirudha Kund

Tragedy Classics

ଭକ୍ତ ପ୍ରାଣଧନ

ଭକ୍ତ ପ୍ରାଣଧନ

1 min
334


ଭକ୍ତ ପ୍ରାଣଧନ   ଭକ୍ତର ଅଧିନ

   ଭକତର ତୁମ୍ଭେ ନାଥ

ଭକ୍ତ ପାଇଁ ତୁମେ ଶ୍ରୀକ୍ଷେତର ଧାମେ

   କଳାଧନ ଜଗନ୍ନାଥ ।


ଭକ୍ତ ଭଗବାନ ନୁହେଁ ଭିନ୍ନାଭିନ୍ନ 

   ଭକ୍ତ ତୁମ୍ଭ ମନୋରଥ

ଭକ୍ତ ତୁମ୍ଭ ସତ୍ତା ଭକ୍ତ ତୁମ୍ଭ ପତା

   ଜାଣେ ଏ ସାରା ଜଗତ

 ଭକତ ବ୍ୟତୀତ ହୃଦୟ ବ୍ୟଥିତ

   ହେଉ ନାହିଁ କି ଅଚ୍ୟୁତ ।


 ସଂସାର ଆଶ୍ରୟ ଭୂତାଣୁର ଭୟ

  ଏ କି ବେଳ ବିପରୀତ 

ଭକ୍ତର ବେଦନା ତୁମକୁ ତ ଜଣା

   ପରୀକ୍ଷା ନକର ନାଥ

ତାରଣ କରତା ତାରି ଦିଅ ପ୍ରଭୁ

  ସଂସାରୁ ସଂକଟ ପଥ ।


Rate this content
Log in

Similar oriya poem from Tragedy