STORYMIRROR

Pratima Satpathy

Abstract

4  

Pratima Satpathy

Abstract

ଭକ୍ତ ମୀରାବାଇ

ଭକ୍ତ ମୀରାବାଇ

1 min
347


ବଇଁଶୀ ବଜାଇ କଳା କାହ୍ନୁ ସିନା

    ଗୋପୀଙ୍କ ମନ ମୋହଇ 

ଏକ ତାରା ହାତେ ଧରି ଭକ୍ତି ଭରେ

   ମୀରା କୃଷ୍ଣଙ୍କୁ ଡାକଇ.l

ଆସ ଆସ ମୋର ପ୍ରାଣର ବାନ୍ଧବ

   ଦେଖା ଦିଅ ମୋତେ ଥରେ

ଜନ୍ମରୁ ତୁମକୁ ବରଣ କରିଛି

   ମନ, ପ୍ରାଣ, ହୃଦୟ ରେ.l

ନିନ୍ଦା, ଅପବାଦ କୁ ମୁଁ ଡରୁନାହିଁ

   ଯିଏ ମୋତେ ଯାହା କହୁ

ମନ ହୃଦୟ ମୋ କୃଷ୍ଣ ପ୍ରେମ ରସେ

   ଭାବରେ ତଲ୍ଲୀନ ହେଉ.l

ଥିବା ଯାଏଁ ପିଣ୍ଡରେ ମୋହରି ପ୍ରାଣ

   ଗାଉଥାଏ କୃଷ୍ଣ ନାମ

ଯେଉଁ ନାମ ଧରିଲେ ଯେ ମିଳେ ମୁକ୍ତି

    ସିଏ ମୋ ଜୀବନ ଧନ.l

ହୃଦୟ ମୋହର ରଖିଅଛି ଖୋଲା

   ବସ ହୃଦ ସିଂହାସନେ

ପ୍ରେମ, ଭକ୍ତି ଦେଇ ପୂଜିବି ଚରଣ

    ଧରିବ ବାହୁ ବନ୍ଧନେ.l

ରାଜ ସୁଖ ମୋର ନାହିଁ ଦରକାର

    ଆହେ ପ୍ରଭୁ ବେଣୁପାଣି

ତୁମ ପ୍ରେମ ସ୍ପର୍ଶ ପାଇବା ପାଇଁକି

   ନୟନୁ ଝରୁଛି ପାଣି.l

ପ୍ରାଣର ବାନ୍ଧବ ମୋ ଡାକ ଶୁଣିବ

   ଆଶା ରଖି ରାଗ ତୋଳେ

ଆସ ପ୍ରିୟତମ ହେ ନନ୍ଦ ନନ୍ଦନ

   ତୋଳି ନିଅ ମୋତେ କୋଳେ.l


Rate this content
Log in

Similar oriya poem from Abstract