STORYMIRROR

BISWESWAR MAJHI

Inspirational

4.5  

BISWESWAR MAJHI

Inspirational

ଭକ୍ତ ବିନା ରଥ ଯାତ

ଭକ୍ତ ବିନା ରଥ ଯାତ

1 min
86


ଆଦେଶ ମିଳିଛି  ବିନା ଭକତରେ

    ଏସନ ରଥ ଯାତରା

ସମାପନ ହେବ  ଆଇନ ଧାରାରେ

    କଡା ପୋଲିସ ପହରା,

     ବିଧି ରକ୍ଷା ହୋଇବ

ଭକ୍ତ ଘରେ ବସି  ଟିଭିରେ ଦେଖିବ

     କାଳିଆ ନନା ହସିବ।


ମନ ବଡଦାଣ୍ଡେ ଗଡାଇବା ରଥ

    ତିନି ଠାକୁର ବସାଇ

ଭକତି ରଜ୍ଜୁରେ  ଟାଣିବା ରଥକୁ

   ଉଲ୍ଲାସ ଘଣ୍ଟା ବଜାଇ,

    ନବଧା ଭକତି କରି

ନବଦିନାତ୍ମକ   ଯାତ ଆଚରିବା

    ହୃଦୟ ଗୁଣ୍ଡିଚା ବାଡି।


ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ 

    ମନ ମୁନ ଚଇତନ

ସମର୍ପଣ କରି  ଶରଧା ଚକାରେ

    ବସାଇବା ସିଂହାସନ,

    ଯଜ୍ଞ ବେଦୀ ଅସଜଡା

ଭୂତ ହୁଡାହୁଡି  ଆଗୁଁ ସାରିଥିବା

    ରାନ୍ଧିବା କର୍ମ ଅବଢା।


କାଳ ବଳବାନ  ସୁଯୋଗ ଦେଇଛି

   ଜଗାକୁ ଅନ୍ତରେ ଦେଖି

ଭକତି ବଳରେ  ପୁରୀ ଦରଶନ

   ନ ଲାଗେ ଅଧୁଲି ସୁକି,

   ଜଗାକୁ ଯୋଗରେ ଘେନି

ବଳରାମ ଦାସ  ସାଲବେଗ ପରି

   ପାଇବା ଜଗା ଦର୍ଶନୀ।



Rate this content
Log in

Similar oriya poem from Inspirational