STORYMIRROR

GAGAN KUMAR DASH

Classics

3  

GAGAN KUMAR DASH

Classics

ଭଜନ

ଭଜନ

1 min
202


ବାଇମନ ହୋ,

ବସି ଅବନା ବନା । ବାଇମନ ହୋ...


ନୟନ ଯେ ସୂର୍ଯ୍ୟ ଗଗନ ଉଦର,

ଧରଣୀ ଯା ପାଦ ସ୍ଵର୍ଗଟି ଯା ଶିର,

ରକ୍ତ ଯା ମହାସାଗର ସିନା । ବାଇମନ ହୋ...


ସରିତ ଯା ଶିରା ସାଗର ପ୍ରଶିରା,

ପର୍ବତ ଯା ଅସ୍ଥି ଅଗ୍ନି ଯାର ତେଜ,

ନିଶ୍ଵାସ ମାତ୍ରକେ ଯାର ଚେତନା ।ବାଇମନ ହୋ


ସେ ଅଚିନ୍ତ୍ୟ ଅବ୍ୟୟ ସଦା ଚିରାନନ୍ଦ,

ସର୍ବ ଭୂତାଶ୍ରୟ ଅଦୃଶ୍ୟ ନିର୍ଗୁଣ

ଧନ ଯା'ର ସହ ସଙ୍ଗିନୀ ସିନା ।ବାଇମନ ହୋ...


ସେ ସୂକ୍ଷ୍ମ ସେ ସ୍ଥୁଳ ଅନିତ୍ୟ ଆନନ୍ଦ

ବିଦ‌୍ଯା ଏକ ଅଙ୍ଗି ସଦା ଜିତେନ୍ଦ୍ରିୟ

ତାକୁ କି ଦେଖିବ ପାପୀ ଚେତନା ।ବାଇମନ ହୋ...


ସବୁ ଠାରେ ଥାଇ କେଉଁଠି ନ ଥାଇ

ସବୁ ତାର ହୋଇ ସବୁ ସେ କରି

ଗଢଇ, ମାରଇ ରଖେ ସେ ସିନା।ବାଇମନ ହୋ...


ସମସ୍ତଙ୍କ ଦେହେ ବିରାଜ କରଇ

ନମିଷ ମାତ୍ର ସେ ଗର୍ବ ନ ସହଇ

ଉଡାଉଛି ସିଏ ପତିତ ବାନା।ବାଇମନ ହୋ...


ପାଟି ଜିଭ ନାହିଁ କଥା କହୁ ନାହିଁ

ଆଖି ନାହିଁ ତା'ର ଦେଖୁନି କିଛି ତ

ସବୁ ଜାଣୁ ଅଛି ନାହିଁ କଳନା।ବାଇମନ ହୋ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics