STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଭଜ ବାବୁ ରାମ ନାମ

ଭଜ ବାବୁ ରାମ ନାମ

1 min
306

ପୁଅ ଅଳ୍ପାୟୁଷ ଜାଣିଲେ ଯେମିତି

ରାଣୀ ହୋଇଲେ ଅଥୟ

ପୁଅର ଜୀବନ ବଞ୍ଚାଇବା ପାଇଁ

ଖୋଜହେ କିଛି ଉପାୟ।


ପୁଅ ଯଦି ତୁମ ଯୋଗୀ ପାଲଟିବ

ହୋଇଯିବ ସେ ଅମର

ଗୃହସ୍ଥ ହୋଇଲେ ଅକାଳ ମରଣ

ନିଶ୍ଚୟ ହେବ ତାହାର।


ପୁଅକୁ ବୁଝାନ୍ତି ମାଆ ପାଖେ ବସି

ଭଜବାବୁ ରାମ ନାମ

ଭଜି ନ ପାରିଲେ ମୋ ଧନ ସଙ୍ଖାଳି

ବାନ୍ଧିନେବ କାଳଯମ।


ମାୟା ମୋହେ ବାନ୍ଧି ହୋଇଛୁରେ ବାବୁ

ପ୍ରେମରେ ହୋଇଛୁ ଭୋଳ

ସେଇ ପ୍ରିୟ ପତ୍ନୀ ସୁଖରେ ବଞ୍ଚିବ

କାନ୍ଦିଦେଇ ଅଳ୍ପକାଳ।


ଧନ ସମ୍ପତ୍ତିର ପଛେ ଗୋଡେଇଛୁ

ସାଥୀରେ କିଛି ନ ଯିବ

ସୁନ୍ଦର ଶରୀର ମଡା ପାଲଟିବ

ପ୍ରାଣ ପକ୍ଷୀ ଉଡିଯିବ।


ବେଳ ଥାଉ ବନ୍ଧ ବାନ୍ଧରେ କୁମର

ଯୋଗୀ ହୋଇ ଭଜ ରାମ

ସେଇ ନାମପାଖେ ଏତେ ଶକ୍ତିଅଛି

ଛୁଇଁ ନ ପାରିବ ଯମ ।


ରାଜପଦ ବଡ ସୁଖଲୋ ଜନନୀ

ଯୋଗୀ କାମ ବଡ ଦୁଃଖ

ଖରା ବରଷାରେ ଭୋକ ଉପାସରେ

ଘରଘର ମାଗେ ଭିକ।


ତୁହି ଯୋଗୀଘର ଗଲେରେ କୁମର

ସନ୍ତୋଷ ମନରେ ମୋର

ଦୂରେ ଥାଆ ପଛେ ବଞ୍ଚିକରି ଥାଆ

ଦେଖୁଥାଏ ମୁଖ ତୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational