ଭିଟାମାଟି ଆମ ସ୍ମୃତି
ଭିଟାମାଟି ଆମ ସ୍ମୃତି


ଆମ ଭିଟାମାଟି ଦେଖିଅଛି ପରା,
ଆମ ଜନମର ଚିତ୍ର ।
ଆମ ପିଲାବେଳ କଟିଛି ତା' ପାଶେ,
ଭିଟାମାଟି ଆମ ମିତ୍ର ।।
ଅଦୃଶ୍ୟ ମୋହରେ ଆମେ ପରା ବନ୍ଧା,
ଆମ ଭିଟାମାଟି ସହ ।
ତା' ଠୁ ଦୂରେଇ ପାରିବାନି ଆମେ,
ଝରିବ ଆମର ଲୁହ ।।
ସିଏ ମୁକସାକ୍ଷୀ ଆମ ଅତୀତର,
ଆମର ପୂର୍ବ ପିଢିର ।
ହେବ ପୁଣି ସିଏ ପ୍ରତ୍ୟେକ୍ଷଦର୍ଶୀ,
ଆଗାମୀ ଭବିଷ୍ୟତର ।।
ଯିଏ ବି ଯୁଆଡେ ଯେମିତି ବୁଲନ୍ତୁ,
ଫେରିବେ ଭିଟାମାଟିକୁ ।
ଭିଟାମାଟିକୁ କେ ନ ପାରିଛି ଛାଡି,
ପଚାର ବର୍ତ୍ତମାନକୁ ।।
ଭିଟାମାଟି ସହ ଆମର ସମ୍ପର୍କ,
ସତରେ ଅତି ନିବିଡ଼ ।
ଆମେ ଯେବେ ମୁକ୍ତ ଆକାଶେ ବିହଙ୍ଗ,
ଭିଟାମାଟି ଆମ ନିଡ ।।
ଭିଟାମାଟି ସହ ଆମର ରହିଛି,
ସତରେ ଅଭୂଲା ପ୍ରୀତି ।
ତେଣୁ ଆମେ ତାକୁ ନ ପାରିବା ଭୁଲି,
ଭିଟାମାଟି ଆମ ସ୍ମୃତି ।।