STORYMIRROR

Rasmita Dixit

Abstract

3  

Rasmita Dixit

Abstract

ଭିତରକୁ ଯିବା ମନା

ଭିତରକୁ ଯିବା ମନା

1 min
268

ତୁମେ ଟିକେ ଭଲରେ ରହିବ ବୋଲି

ତୁମ ତ୍ରିତଳ ପ୍ରାସାଦକୁ ସୁନ୍ଦର ଭାବେ

ତିଆରି କଲି ,

ନିଜ ହାଡ଼ , ମାଂସ ,ରକ୍ତ ,ଝାଳକୁ

ବାଲି ,ଗୋଡି ,ଇଟା ,ସିମେଣ୍ଟ ରେ ଗୋଳି

ମୂଳଦୁଆ ଗଢ଼ିଲି

ପିଠିକୁ ଛାତ କରି

ତୁମ ପ୍ରାସାଦର ଛାତକୁ ମୁଣ୍ଡାଇ ଧରିଲି

କଷ୍ଟ ପାଇବ କାଳେ

ତୁମ ଘରକୁ ଯିବା ପାଇଁ ......

କାଠର ସିଡିରେ ଚଢି ----

ସେଥିପାଇଁ ପାହାଚ ପରେ ପାହାଚ

ଏକ ,ଦୁଇ ,ତିନି କରି ଖଞ୍ଜି ଦେଲି ।

ସତ ହୋ ; କେଡେ ଆବୁରୁଜାବୁରୁ

ଦିଶୁଥିଲା ତମର ଏ ପ୍ରାସାଦ ଟା

ଛାଞ୍ଚ ଗଢି ଠିଆ କରିଦେଲି ,

ଏବେ ରଙ୍ଗ ବୋଳି ତମେ ତାକୁ

ଆହୁରି ସୁନ୍ଦର କରିଦେଇଛ

ଦନ୍ଥଡ଼ା କାନ୍ଥ ଟା ଏବେ

ରୂପସୀ ତରୁଣୀ ପରି ଚିକକଣ ଓ ଚିକଚିକ

ଭାରି ଇଚ୍ଛା ତୁମ ପ୍ରସାଦକୁ ଟିକେ ଛୁଅଁନ୍ତି

ବୁଲି ଆସନ୍ତି !!!

ହେଲେ ମୁଁ ଭୁଲି ଯାଇଥିଲି

ତୁମପାଇଁ ପାହାଚ ତିଆରି କରି

ଭିତରକୁ ଯିବାର ରାସ୍ତା

ଦେଖାଇ ସାରିଲା ପରେ

ତଳ ପାହାଚ ମୋର ଠିକଣା

ଆଉ ତଳ ପାହାଚର ଲୋକ ମାନଙ୍କୁ

ଭିତରକୁ ଯିବା ମନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract