STORYMIRROR

LALIT MOHAN DASH

Romance Action Inspirational

4  

LALIT MOHAN DASH

Romance Action Inspirational

ଭିତର କନିକା ଅନୁଭୂତି

ଭିତର କନିକା ଅନୁଭୂତି

1 min
265

କାରରେ ଗଲୁ ରାସ୍ତା ନ ଜାଣି

ପଚାରି ପଚାରି ଗଲୁ ଯେ ପୁଣି

ସକାଳରୁ ଗଲୁ ଚାରିଟା ହେଲା

ଟିକିଏ ଗାଡି ଅଟକି ନ ଗଲା

କନିକା ବନ୍ଦ ହେବ ଶୁଣିଲୁ

ଭୋଜନ କରିବା ଛାଡିଣ ଦେଲୁ

ଉପାସରେ ଆମେ ବିସ୍କୁଟ ଖାଉ

ଯିଏ ନ ଖାଇଲା ଉପାସ ରହୁ

ଚାରିଟାରେ ସେଠି ପହଞ୍ଚିବାରେ

ସୂର୍ଯ୍ଯ ଲୁଚିଲେ ଜଙ୍ଗଲ ଭିତରେ

ଖରା ନାହିଁ ସତେ ସଞ୍ଜ ହୋଇଲା

ଘଣ୍ଟାରେ ଦେଖିଲୁ ଚାରିଟା ହେଲା

ନାଆରେ ବସିବା ମୋ ଇଚ୍ଛା ନାହିଁ

ପିଲାଙ୍କ ଇଚ୍ଛାରେ ବସିଲି ଯାଇ

ଶହେ ଫୁଟ ପାଣି ନାଉରି କହଇ

ଆମେ ଏକୁଟିଆ ବସିଲୁ ଯାଇ

ଶୀତରେ ଦେହ ଥରି ଯାଉଛି

ସ୍ବେୟେଟର ଗାଡିରେ ପଡିଅଛି

ନାଉରି କହେ ମଝିରେ ବସିବ

ଦାଡ଼ରେ ବସିଲେ ବିପଦ ହେବ

ପିଲାଏ କାହାର କଥା ନ ଶୁଣି

ଫଟୋ ଉଠାନ୍ତି ମୋବାଇଲି ଘେନି

ମୁଁ ଯେତେ ତାଙ୍କୁ ବାରଣ କରିଲି

କେହି ନ ଶୁଣିଲେ ଚୁପ ରହିଲି

ମନେ ମନେ ଠାକୁରଙ୍କୁ ଡାକଇ

ଏଠାରୁ କିପରି ଯିବୁ ପଳାଇ

ହରିଣ କୁମ୍ଭିର ଅଛି ଦେଖିଲି

ବାଘ ସିଂହ କଥା ପଚାରି ଦେଲି

ନାଉରିଆ କହେ ସର୍ବେ ଅଛନ୍ତି

ଜୀବ ସଂନ୍ତୁଳନ ପରା ହେଉଛି

ସତ କହିଲା କି ମିଛ କହିଲା

ଅନ୍ଧାର ହେବାରୁ ଡର ଲାଗିଲା

ଆମ ଛଡା ସେଠି କେହିତ ନାହିଁ

ଦୁଇ ତିନି କି. ମି. ଚାଲିଲୁ ଭାଇ

ବେଟାରି ଗାଡି ଲୋକଙ୍କୁ ନେଉଛି

ଦୁଇଟା କେବଳ ସେଠି ଚାଲୁଛି

ଆମକୁ ନେବ ବୋଲି କହିଥିଲା

ପାଞ୍ଚଟା ହେବାରୁ ସେ ନ ଆସିଲା

ଖାଇବାକୁ ସେଠି ଦୋକାନ ନାହିଁ

ରାସ୍ତା ଖାଲ ଢିପ ହୋଇଛି ଭାଇ

ସେଠାରୁ ଆସିଣ ଅଧା ବାଟରେ

ରହିବା ଯୋଜନା କଲୁ ମନରେ

ରାତି ଦଶ ହେଲା ସେଠାକୁ ଗଲୁ

ଅଚିହ୍ନା ଘରେ ଅତିଥି ସାଜିଲୁ

ସତେ କି ଆମେ ହେଲୁ ପ୍ରିୟ ଜନ

ଖାଇବା ଦେଇ କଲେ ସନମାନ

ଏପରି ଲୋକ କେବ ମୁଁ ଦେଖିନି

ପିନ୍ଧିବା ବସନ ଦେଲେକ ପୁଣି

ଶୋଇବାକୁ ନୂଆ ଶେଯ ଆଣନ୍ତି

ନୂଆ ତକିଆ ଆମକୁ ଦିଅନ୍ତି

ଅତି ଆଦରରେ କୁହନ୍ତି କଥା

ବାପା ଘର ଲୋକ ପରି ଜାଣିଥା

ଖାଇବା ରହିବା ସେଠାରେ ହେଲା

ସକାଳୁ ଘରକୁ ଯାତ୍ରା ହୋଇଲା

ମନବୋଧ ଚଉତିଶା ହୋଇଲା

ନ ଯିବି କେବେ ବି ମନ କହିଲା

ପ୍ରାକୃତିକ ଦୃଶ୍ଯ ସୁନ୍ଦର ଥିଲା

ଅଧିକ ରାସ୍ତା ଯେ ମୋ ପାଇଁ ହେଲା

ନ ବୁଝି ନ ସୁଝି ଯାହା କରିଲି

ସେହି ଅନୁସାରେ କଷ୍ଟ ପାଇଲି

ବୁଝି ବିଚାରିଣ କାର୍ଯ୍ଯ କରିଲେ

ପ୍ରମାଦ କେବେ ନ ପଡିବ ବୋଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance