STORYMIRROR

DHARITRI SAHU

Inspirational

3  

DHARITRI SAHU

Inspirational

ଭିନ୍ନ ରୂପ

ଭିନ୍ନ ରୂପ

1 min
422


ସତ କଥା ଏଠି କହି ତ ଦେଉଛି

ନାରୀ ଜନ୍ମ ମୁଁ ପାଇଛି,   କେବେଭାବେ ଭାଗ୍ୟବାନଏସଂସାରେ

ଭାଗ୍ୟହୀନା ବି ଭାବିଛି।

ନାରୀ ଚରିତ୍ରର ବ୍ୟାଖ୍ୟା କେ କରିବ

ପରାଜିତ ପରଂବ୍ରହ୍ମ,

ସେହି ଚରିତ୍ର ଯେ ସର୍ଜନା କାରିଣୀ

ସେହି କରେ ପୁଣି ଭସ୍ମ।

ଦୁଇଗୋଟି ନାରୀ ଏକାଠି ହୋଇଲେ

ପର ନିନ୍ଦା ପର ଚର୍ଚ୍ଚା,

ପଦେ ପଚାରିଲେ ଛ ପଦ କୁହନ୍ତି

ନିଜକୁ ମଣନ୍ତି ସଚ୍ଚା।

ସ୍ଥାନ କାଳ ପାତ୍ର ହଜାଇ ଗପନ୍ତି

ପାଟିରେ ନ ଥାଏ ବାଡ଼,

ଅଶିକ୍ଷିତ ଠାରୁ ଶିକ୍ଷିତ ମହିଳା

ବେଶି ଏ ସବୁ ମାଷ୍ଟର।

କାହାଘର ବୋହୂ ଶାଶୁକୁ ମାନେ ନି

ଖବର ତ ଥାଏ ପୁରି,

ନିଜ ଝିଅକୁ ସେ କୁଶିକ୍ଷା ଦିଅନ୍ତି

ସ୍ବାମୀ ସାଥେ ଆସ ଚଳି।

ଶାଶୁଘର ଥାଉ ଭାଗ ତୁ ପାଇବୁ

ରହିବୁନି ଶାଶୁ ଘରେ,

ସ୍ଵାମୀକୁ କାନିରେ ବାନ୍ଧିବାମୋଠାରୁ

ଶିଖିଥା ଦେବ କାମରେ।

ସ୍ବାମୀ ତ ବିଚରା ଭାଗ୍ୟକୁ ଆଦରି

ପିଲା ଛୁଆ କାମ କରେ,

ମହିଳା ସଶକ୍ତିକରଣ ନାମରେ

ସ୍ତ୍ରୀ ବାନା ଧରି ବୁଲେ।

ଆଉ କେହି ଆଜି ଅବଳା ନାହାନ୍ତି

ସିନ୍ଦୂର ଦିଅନ୍ତି ପୋଡ଼ି,

ବିନା କାରଣରେ ମରନ୍ତି ଅଳ୍ପକେ

ଝଡନ୍ତି ପତଙ୍ଗ ପରି।

ସଂସାରର ଅଧୋଗତି ପାଇଁ ନାରୀ

ଦାୟୀ ଶତ ପ୍ରତିଶତ,

ମାଆର ସୁଶିକ୍ଷା ସନ୍ତାନ ସନ୍ତତି

ଗଢିବାରେ ସହାୟକ।

ସବୁ ଭଉଣୀଙ୍କ ପାଶେ ମୋର ଅଳି

ନ ଧାଇଁ ପାଶ୍ଚାତ୍ୟ ପଛେ,

ପର କଥା ଛାଡ଼ି ସଜାଡ଼ିବା ଆମ

ବଳିଷ୍ଠ ବ୍ୟକ୍ତିତ୍ବ ସ୍ଵଚ୍ଛେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational