STORYMIRROR

pratap nayak

Tragedy

3  

pratap nayak

Tragedy

ଭିନ୍ନ ରାସ୍ତା

ଭିନ୍ନ ରାସ୍ତା

1 min
13.7K


ବହୁତ ଦିନ ପରେ କଥା କହିବାକୁ ଇଚ୍ଛା ହେଲା ତୋ ସାଥେ !

କଥା କଣକି କାଲି ଆସିବ ବୋଲି କହୁଥିଲା ବଉଳ.....

ତତେ ଜଣେଇବାକୁ ଜିଦ୍ କଲାତ

କହିଲେ ଭୁଲ ନକହିଲେ ବି ......

ସେଇ ଏକା କଥା

ତୁ କୋଉ କଥା ରଖିବୁ ଯେ ??

ହଁ କ ...

କ’ଣ କହିବି ?

ସିଏ ଆସିଲେ ତୁ ରହିବୁ ତା ସାଥେ

ସକାଳ ଗାଧୁଆରୁ ପଖାଳ କଂସା

ଦି’ ପଅରେ ଶୁଅ ପରା ଗୋଡ ପକେଇ

ସଂଜ ନଇଁଲେ ନଇ କୂଳ

ସୁଲୁ ସୁଲିଆ ପବନ

ପୁଣି ଯେତେ ସବୁ ବାଜେ କଥା

ରାତିରେ ଜହ୍ନ ମଣ୍ଡଳ ଭିତରେ ତାରା ଗଣା

ସପ୍ତର୍ଷି ମଣ୍ଡଳ ପୁଣି ଭସା ବଉଦ ଫାଂକ

ତା ପରେ ପୁଣି ଅସହଜ ରାତିରେ.....

ଧେତ୍

ସେ ପୁରୁଣା କଥା ଆଉ କହନି

କହିଦେ ମୋର ବେଳନାହିଁ

ତା ଅନୁପସ୍ଥିତି ରାସ୍ତା ମୋର

ପରା ସରିଛି ମଦଭାଟିରେ.....।


రచనకు రేటింగ్ ఇవ్వండి
లాగిన్

Similar oriya poem from Tragedy