STORYMIRROR

Jambeswar Dalai

Tragedy

4  

Jambeswar Dalai

Tragedy

ଭିନ୍ନ ଏକ ଶିଶୁ

ଭିନ୍ନ ଏକ ଶିଶୁ

1 min
501

 ଜଣେ ଶିଶୁ ପଚାରୁଛି

          ଆଉ ଜଣେ ଶିଶୁକୁ

   ଆଜି ପରା ଶିଶୁ ଦିବସ

          ଚାଲ ଯିବା ବିଦ୍ୟାଳୟକୁ ।


ଉତ୍ତର ଦେଉଛି ସାଙ୍ଗକୁ

          ମୁଁ ପରା ଯିବି ଜରି ଗୋଟାଇ

          ରେଳ ଷ୍ଟେସନ ପାଖକୁ ।


 ଚାଚାଙ୍କ ଜନ୍ମ ଦିଵସକୁ

           ସାରା ଭାରତରେ ପାଳୁଛୁ

   ଆଜି ଦିନଟି କାମରେ

          ନଗଲେ ଭୋକରେ କ'ଣ ମରୁଛୁ ।


 ରୋଗୀଣା ମା' ଶେଯରେ 

          ପଡିଛି ଭାତ ଯାଉନି ପେଟକୁ

   ଵାପା ମୋର ଦାଦନ

          ଯାଇଛି ସୂତା କଳ ସୁରାଟକୁ ।


  ୬ ରୁ ୧୪ ବର୍ଷର ଶିଶୁ

          ଯିଵେ ନାହିଁ ପରା କାମକୁ

    ଶିକ୍ଷା ଅଧିକାର ଆଇନ 

           କହୁଛି ଶିକ୍ଷା ଦିଆଯିବ ସଭିଁକୁ।


ମୁଁ ପରା ଅଭାଗା ପେଟ

           ପାଇଁ ଵୁଲୁଛି ଗଳି କନ୍ଦିକୁ।

  ସଞ ନଇଁଗଲେ ଭିଡି ମୁଁ

            ଧରୁଛି ମା'ର ପଣତ କାନିକୁ।


 ଵିଦ୍ୟାଳୟେ ପରା ମାଗଣା

           ମିଳୁଛି ଵହି ଜାମା ଓ ଖାଇବାକୁ

   ପାଠପଢା ସଙ୍ଗେ ସୁଯୋଗ

           ପାଉଛୁ ନାଚ, ଗୀତ, ଖେଳିଵାକୁ।


 ସମୟ ମୋର ନଷ୍ଟ 

           ନକରି ଦିଅ ମୋତେ ଯିବାକୁ

   ଡେରି ହୋଇଗଲେ କିଏ

          ଗୋଟାଇ ନେବ ସବୁ ଜରି ଆଉ ବୋତଲକୁ ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy