STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଭିନ୍ନ ଏକ ଆଶା

ଭିନ୍ନ ଏକ ଆଶା

1 min
82

ଆଖି ନ ଥିଲେ

କ'ଣ ହେଲା?

ସପନ ତ ଦେଖି ପାରିବି l


ହାତ ନ ଥିଲେ

କ'ଣ ହେଲା?

ଗରିବ କୁ ଆହାଃ ଟିକେ ତ କହିପାରିବି l


ଗୋଡ଼ ନ ଥିଲେ

କ'ଣ ହେଲା?

ଦୁଃଖୀ କୁ ମିଠା କଥା ପଦେ ତ କହିପାରିବି l


କହି ନ ଥିଲେ

କ'ଣ ହେଲା?

ନିଜେ ହସି ହସାଇ ତ ପାରିବି l


କାନ ନ ଥିଲେ

କ'ଣ ହେଲା?

ଜୀବନର ଗୀତ ତ ଗାଇ ପାରିବି l


Rate this content
Log in

Similar oriya poem from Abstract