STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଭିଲିଆନ୍‌

ଭିଲିଆନ୍‌

1 min
181


ତୁହାକୁ ତୁହା ତୋଫାନିଆ ପବନ

ବାଇଆ ଶୁଖିଲା ପତ୍ର ଆନନ

ଧୂଳି ଧୂସରିତ ଗଗନ ମଗନ

ଧାଇଁଲେ ଉଡି ବୁଲିଲେ ମନକୁ ମନ

ଲାଗୁଥିଲା

ବୈତାଳିକ ଗତିଶକ୍ତିରେ ବଳିୟାନ ।


ଧଡ଼ ଧାଡ ଝରକା କବାଟ ମାଡ

ନିଦ ଭାଂଗିଗଲା ସବୁ କଡ଼ମଡ଼

ଶୁଖା ଲୁଗା ଆଣିବାକୁ କୁହାଟ ଦୈଡ

ଅଗଣା ପଟୁ ଗଦାଏ ଲୁଗା କୁଢ଼

ଛାତ ଉପରୁ ମୋଡାମୋଡି ପାହାଡ଼

ଲାଗୁଥିଲା

କାଳବୈଶାଖୀର କରାମତି ଲେଲିହାନ।


ତାରରୁ ଟାଣୁ ଟାଣୁ କେଇ ଟୋପା ପାଣି

ଛୁଇଁ ଦେଇ ଗଲା ଗାଲ ପିଠି କହୁଣି

ଚଇତି ଝାଞ୍ଜିରେ ଆକୁଳ ବିକଳମଣି

ଅମୃତ ଯେମିତି ଦେହେ ଘଷିହେଲା ଟାଣି

ଲାଗୁଥିଲା

ଶତ କଦମ୍ବର ରୋମାଞ୍ଚ କୀର୍ତ୍ତିମାନ ।


କେଇ ଟୋପା ବରକୋଳିଆ ଫଡ଼ଫଡ଼

ଛାତ କାନ୍ଥ ଛାତିରେ ବିଧା ମାଡ଼

ତେଲ କଡ଼େଇରେ ମାଛଭଜା କଡ଼କଡ଼

ଗରମ ଭୁଇଁରେ ପଡ଼ି ଚାଉଁକିନା ଉଠପଡ଼

ଭାପ ହେଇ ଭଭାନ ପଳାୟନ ସଡ଼ସଡ଼

ଲାଗୁଥିଲା

ବେଗବତୀ ବୁନ୍ଦା ବୁନ୍ଦା କଦମତାଲ ଅଭିଯାନ ।


ଗୁଳୁଗୁଳିରୁ କ୍ଷତିକ ତ୍ରାହି ମିଳିଲା ସତ

ରାଗ ଲାଗୁଥିଲା ମୋତେ ସତରେ ମୀତ

ବାହୁ ବେହରଣ ଛାଡ଼ି କଚାଡ଼ି ସେତ

ପ୍ରୀୟା ମୋ ଉଠିଗଲେ ସତକୁ ସତ

ଲୁଗା ଭିଜିଯିବ ର ଦ୍ଵାଦୀଦେଇ ଗଲେତ

ଲାଗୁଥିଲା

ମିଳନ ମୁହୁର୍ତ୍ତ ଭଗ୍ନକାରୀ ଭିଲିଆନ୍‌ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy