STORYMIRROR

Sabita Nayak

Abstract Drama

4  

Sabita Nayak

Abstract Drama

ଭିକ୍ଷା ବୃତ୍ତି ଉଛେଦ କର

ଭିକ୍ଷା ବୃତ୍ତି ଉଛେଦ କର

1 min
244

ନୁଖୁରା ମୁଣ୍ଡ, ଚିରାଫଟା ସାର୍ଟ 

ଅପରିଷ୍କାର, ଅପରିଚ୍ଛନ୍ନ,

ଅର୍ଦ୍ଧନଗ୍ନ ଶରୀର 

କାଖରେ ଅଧାପେଟ ପଶିଯାଇଥିବା 

ଗୋଟିଏ ସନ୍ତାନ। 


ହାତରେ ରସ ଗିନାଟିଏ 

ଆଖିରେ କରୁଣ ଚାହାଣି,

ବାରି ହୋଇଯାଏ ତା' ଦୁଃଖୀଜୀବନର ଦୈନତା 

କଣ୍ଠରେ କୋହଭରା, ଜାତିଧର୍ମ ଧ୍ବନି

ବାବୁ! ମୁଁ ଚାରି ଦିନ ହେଲା କିଛି ଖାଇନି। 


ସତରେ ଈଶ୍ବର ଏମାନଙ୍କୁ କାହିଁକି ଗଢନ୍ତି?

ଯାହାର ମୁଣ୍ଡ ଉପରେ ନାହିଁ ବାସ

ଖାଇବାକୁ ନାହିଁ ମୁଠେ ଦାନା

ବେସାହାରା, ଅଥଚ ବଞ୍ଚିବାର ଅନେକ ମୋହ 

ସତରେ ଏମାନେ କ'ଣ ସ୍ବପ୍ନ ଦେଖନ୍ତି?


ସରକାରଙ୍କର ଯୋଜନା ପରେ ଯୋଜନା 

ରାସ୍ତାରେ ବୁଲନ୍ତି 

ହାତପତାଇ ଅନେକ ବେସାହାରା,

ସ୍ଳୋଗାନ ଦିଆ ଚାଲିଥାଏ 

ଶିଶୁ ଶ୍ରମିକ ଉଚ୍ଛେଦ କର

ମା'ମାନଙ୍କୁ ସମ୍ମାନ ଦିଅ

ଆମ ରାଜ୍ୟ ଅମୁକରେ ନଂ1, ସମୁକରେ ନଂ1

କୋଉଦିନ ସରକାର କହିବେ କେଜାଣି 

ଭିକ୍ଷା ବୃତ୍ତି ଉଚ୍ଛେଦ କର

ଏମାନେ କ'ଣ ନୁହଁନ୍ତି ଦେଶର ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract