STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଭିଜାମାଟିର ବାସ୍ନା

ଭିଜାମାଟିର ବାସ୍ନା

1 min
245

ଜ୍ୟେଷ୍ଠ ମାସର ସୂର୍ଯ୍ୟକିରଣଟି

   କଷ୍ଟ ବହୁତ ଦିଏ,

ଘର ଭିତର ତାତି ଉଠୁ ଥାଏ

   ଅତି ଯନ୍ତ୍ରଣା ଦିଏ।


ସନ୍ଧ୍ୟାବେଳେ ହୁଏ ବଡ଼ ବର୍ଷାଟି

  ଜଳମଗ୍ନ ଟି ଭୂମି,

ଭିଜାମାଟିର ବାସ୍ନା ଟି ଚହଟେ

   ବାସ୍ନା ଅପୂର୍ବ ଭୂମି।


ନାହିଁ ପଟାନ୍ତାର ତାପରି ବାସ୍ନା

  ବିଚିତ୍ର ବାସ୍ନା ସେହୁ,

 କରେ ବିମୋହିତ ଜନଜନକୁ

  ନାହିଁ ବର୍ଣ୍ଣିରେ କେହୁ।


ପୁଷ୍ପ ବାସ୍ନାଟି ଅଟେ ଭିନ୍ନ ପରି

  ଅଟେ ପ୍ରଭୁ ଭିଆଣ,

ଭିଜାମାଟିର ଅନ୍ୟ ପରି ବାସ୍ନା

  ଠାକୁର ସୃଷ୍ଟି ଜାଣ।


ଭିଜାମାଟିର ଶିତେଇ ପବନ

  ମନ ହୁଏ ପ୍ରଫୁଲ୍ଲ,

ନିରାକର ସୃଷ୍ଟି ବୁଝା କଠିନ

  ଅପୂର୍ବଟି ଉଲ୍ଲାସ।


ଚାଲିବା କଠିନ ଗାଁ ଗହଳିରେ

  ଭିଜାମାଟିରେ ଭୂମି,

ତଥାପି ଗରମ ଦୂରରେ ଯାଏ

   ଶୀତଳ ହୁଏ ଭୂମି।


ଯନ୍ତ୍ରଣା ଜ୍ୟଷ୍ଠର ଦୂରେଇ ଯାଏ

  ରାତ୍ରିରେ ନିଦ୍ରା ଘନ,

ଯାହା କିଛି ହୁଏ ପ୍ରଭୁ ଭିଆଣ

  ସୁଖ ଦୁଃଖ ସୃଜନ।


ଧନ୍ୟ ମହାପ୍ରଭୁ ମାୟାଟି ତୋର

  ଜାଣିବ କିଏ ସେହୁ,

ଯାହା କିଛି ହୁଏ ଇଙ୍ଗିତେ ହୁଏ

  ଦୟାନିଧି ଟି ସେହୁ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational