STORYMIRROR

Writer Roja Panda

Tragedy

5.0  

Writer Roja Panda

Tragedy

ଭିଜା ସ୍ମୃତି

ଭିଜା ସ୍ମୃତି

1 min
14K




ବସନ୍ତର ଏହି ମଳୟଟା ଆଜି

ଦେହକୁ କରୁଛି ଶୀତୁଆର ଛବି

ଦେଖୁଛି ଆଜି ମୁଁ ଦୁନିଆଁ ସିନା

ହେଲେ ପାରୁନାହିଁ ଭୁଲି ତାର ପ୍ରତିଛବି


କାହିଁକି ଆସିଛି, ମୋ ମନେ ଆଙ୍କିଛି

ତାର ସେହି ସ୍ମୃତିଟିକୁ

ମୋ ମନ ଆକୁଳ ତାର ସେହି ଗନ୍ଧେ

ଦୃଶ୍ୟ ପଟେ ଦେଖିବାକୁ


ଆଜି ମୁଁ ପ୍ରସ୍ତର ଚଟାଣରେ ବସି

ଭାବୁଛି ତାର ମୋ ସ୍ମୃତି କେଇଗୋଟି

କେଇଦିନ ପରେ ଆଉ ନମିଳିବ

ତାର ସେହି ସ୍ମୃତି ଗୀତି


ପ୍ରତିଦିନ ମୁହିଁ ପ୍ରଭାତରୁ ଆସି

ବସେ ତାର ନିକଟରେ

କେତେ ଯେ ମଳୟ ସ୍ପର୍ଶ କରି ମତେ

ଅପସରି ଯାଏ ଧୀରେ


ପ୍ରତିଦିନ ତାର ନିକଟରେ ବସି

ଚାହିଁରହିଥାଏ ଚାତୁରେ ଅତି

ଅଷ୍ଟମୀତ ରବି ସୁନେଲି କିରଣ

ମୋହିନିଏ ମନ ଧୀରେ ସେ ଆସି


ମନ ହେଇଯାଏ ଚଞ୍ଚଳ ପରାଏ

ଧୀରେ ହେଇଯାଏ କ୍ଷୀଣ

ସ୍ମୃତିଟିଏ କିନ୍ତୁ ରହିଯାଇଥାଏ

ଆବେଗରେ ଭରେ ପ୍ରାଣ


ଆଜି ତୋ ବିନା ମଳୟଟା ସାଜେ ଦୁର୍ବିପାକ ,ଦୁର୍ବିଶହ

ସମୟ ଚକ୍ରରେ ହୁଏ ସେ ନିର୍ମମ

ଘୋଟିଆସେ କଳା ବାଦଲ ସବୁଠି

ଲାଗଇ ଜୀବନ ଅନ୍ଧକାରମୟ ମଲା ମରୁଭୂମି ସମ


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy