STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଭିଜା ଶ୍ରାବଣ

ଭିଜା ଶ୍ରାବଣ

1 min
246


ଆଷାଢ଼ର ହାତ ଧରି

ମେଘ ପାଲିଙ୍କିରେ 

ବୋହୁ ସାଜି ଟିପ୍

ଟିପ୍ ବରଷା ଧାରେ

ରୂପା ପାଉଁଜୀର

ଝଙ୍କାରେ ମେଘ

ଘଡ ଘଡିକୁ ବାଜାର

ରୂପ ସଜେଇ ସୁ ସୁ

ପବନ ସୁରେ 

ବିଜୁଳୀର ଆଲୋକ

ମାଳାକୁ ଆଲ୍ଲାଦର

ପଣତେ ବାନ୍ଧି ଧରା

ଛୁଇଁ ଯାଏ ଭିଜା ଶ୍ରାବଣ

ବରଷକର ଅଭିମାନ

ତାର ଗୁଣୁ ଗୁଣୁ ସୁରେ

ବାଦଲକୁ ସାଥି କରି

ଗାଇ ଯାଏ ଜଳ ଧାରେ

କହି ଯାଏ ଅନୁରାଗ ଭରା

ଅସରନ୍ତି କଥା

ବେଙ୍ଗୁଲି ରାଣୀ ସହ

ବସି ମିତ ଶୁଣାଏ

କେଁକଟର ଡାକରେ

ତାର ମଜ୍ଜି ରହି

ଗାଇ ଉଠେ ମଲ୍ଲାର

ଗୀତ

ଧରାକୁ ସଜାଇ ଦିଏ

ଢାଙ୍କି ସବୁଜ ପଣତ

ମୟୂରର ପୁଛ୍ଛ ଦେହେ

ବିଞି ଦିଏ ଆଲଟ ଚାମର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational