STORYMIRROR

Samar Ballav Bhoi

Abstract Tragedy Inspirational

3  

Samar Ballav Bhoi

Abstract Tragedy Inspirational

ଭିଜା ମାଟି

ଭିଜା ମାଟି

1 min
316


ଭିଜା ମାଟିର ବାସ୍ନାରେ

ମହକେ ସାରା ଦୁନିଆ

ସେଥିରେ ଥାଏ ଅନେକ ସ୍ବପ୍ନ

କାହା ପାଇଁ ସେ ମାଟିର ବାସ୍ନା

ଲାଗେ ଭାରି ମିଠା ମିଠା।


କଷ୍ଟ ସବୁ ସହଜ ହୁଏ

ଭିଜିଲେ ସେହି ମାଟି

ଶରୀର ଝାଳ ମିଶାଇ ଦେଇ

କୃଷକ ହୁଏ ଭାରି ଖୁସି

ସେହି ଖୁସିରେ ଝରଇ ଲୁହ

ଦେଶବାସୀଙ୍କ ମନହୁଏ ଖୁସି।


ଭିଜା ମାଟିର ମଣିଷ ଏଠି

ଖୋଜଇ କେତେ ସ୍ବପ୍ନ

ମାଟି ମା'କୁ ନମନ କରି

ପୁଜାରୀ ସାଜେ ରାତି ଦିନ।


ବର୍ଷା ଯୋଗୁଁ ଭିଜା ଏ ମାଟି

ଗାଏ ସେ କେତେ ସଙ୍ଗୀତ

ସେ ସଙ୍ଗୀତ ର ଭାଷା ସୁନ୍ଦର

ଲାଗେ ଯେ ଭାରି ମିଠା ଆଦର।


ଭିଜା ମାଟି କୁ ହାତ ମୁଠାରେ

ଧରିଲେ ଲାଗେ ସୁନା ସୁନା

ସେହି ମାଟିରେ କଷିଲେ ଦେହ

ଝରଣା ବହେ ଫସଲ ହୁଏ ସୁନା।

  

କେତେ ରଙ୍ଗର ପାହାଡ଼ ମାଟି

ତା ଦେହେ ଘସିଲେ ଝାଳର ବାସ୍ନା

ଫଳଇ ସୁନା ଫସଲ ସେହି

ଗରବେ ହୁଏ ଛାତି ଚଉଡା ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract