STORYMIRROR

Debadatta Jena

Abstract Romance Inspirational

4  

Debadatta Jena

Abstract Romance Inspirational

ଭିଜା ବାସ୍ନାର ମୋହ

ଭିଜା ବାସ୍ନାର ମୋହ

1 min
276

ହଁ,ଜୀବନ୍ମୟୀ

ତୁ ମେଘ ମୁଁ କାକର ବିନ୍ଦୁ

ତୋ ହୃଦୟରେ ସିନା ଶ୍ରାବଣର ତୃଷ୍ଣା,

ମୋ ବକ୍ଷେ କରାଳ ସିନ୍ଧୁ,

ତୁ ବର୍ଷା ମୁଁ ବୈଶାଖ ଅଶ୍ରୁ

ତୋ ଦେହର ବାସ୍ନା ମଳୟ ଜ୍ୟୋସ୍ନା,

ମୋ ଦେହେ ଅନଳ ଵିଧୂ

ହଁ,ତୁ ସୃଷ୍ଟି ମୁଁ ବିଚ୍ୟୁତ ବୃଷ୍ଟି

ତୋ ବୁକୁରେ ଅଛି ଆଷାଢ଼ର ମୋହ,

ମୁଁ ଏ ବୈତରଣୀ ପରିତୃପ୍ତି,

ତୁ ତୃପ୍ତି ମୁଁ ବେପଥୁ ଅଶ୍ରୁ

ତୁ ଭିଜା ବାସ୍ନା ମୋହ ମହକିତ ମାଟି,

ମୋ ବିଦଗ୍ଧ ବିସ୍ମୃତ ଫଲ୍ଗୁ

ହଁ ମନୋମୟୀ

ତୁ ମୌସୁମୀ ମୁଁ ମରୁଭୂମି,

ତୋ ଅଙ୍ଗେ ସ୍ଫୁରଣ ବିମୁଗ୍ଧ ବିସ୍ମୟ,

ମୁଁ ଦାରୁଣ ବିଧୌତ ସିନ୍ଧୁ,

ତୁ ଅସରନ୍ତି ପ୍ରାଣ ବିନ୍ଦୁ

ମୋ ତ୍ରସ୍ତ ହୃଦୟ ପ୍ରାଂଶୁଳ ପୌଷ,

ତୁ ବିମ୍ବିତ ଜ୍ୟୋସ୍ନା ଇନ୍ଦୁ

ହଁ,ତୁ ପ୍ରାଣମୟୀ

ମୋ ଆସ୍ଥା ତୀକ୍ଷ୍ଣ ରାସ୍ତା,

ମୋ ବାଞ୍ଛିତ ସ୍ପୃହାର ଚର୍ବିତ ବାସ୍ନା,

ତୁ ଯେ ସ୍ତମ୍ଭିତ ପୁଷ୍ପ ମଧୁ,

ମୁଁ ଆଶ୍ୱିନ ବିଷର୍ଣ୍ଣ ବିନ୍ଦୁ

ମୋ ପ୍ରଲୁବ୍ଧ ପାର୍ବଣ ଜୀବନ ବାଞ୍ଛା

ତୁ ସ୍ନିଗ୍ଧ ମୌସୁମୀ ବନ୍ଧୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract