STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

ଭୀଷ୍ମ ଶପଥ

ଭୀଷ୍ମ ଶପଥ

1 min
293


କୁଢ଼ କୁଢ଼ ଶବ ଗଡୁଥାଏ ପୁଣି

ଚାରିଆଡେ ଆତଙ୍କୀତ

ମାଆର ସେବାରେ ବଜ୍ର ପଣ ମୋର

କରେ ଶତ୍ରୁଙ୍କୁ ଚକ୍କିତ।୧।


ଜୀବନକୁ ମୋର ଭୟନାହିଁ ତିଳେ

ଲଢ଼ିବି ସୀମାରେ ଯାଇ

ଅବିଳମ୍ବେ ପୁଣି ବଇରୀ କୂଳକୁ

ନିପାତ କରିବି ମୁହିଁ।୨।


ସମ୍ମୁଖେ ଦେଖିଛି ରକ୍ତପାତକୁ ମୁଁ

ଛାତିକୁ ପଥର କରି

ଗୁରୁ ଗମ୍ଭୀରେ ସେ ଯନ୍ତ୍ରଣା ର କୋହ

ମନରୁ ହୋଇନି ଦୂରୀ।୩।


ଜୀବନ ଯେଉଁଠି ମୂଲ୍ୟହୀନ ହୁଏ

ରକ୍ତମୁଖା ଶତ୍ରୁ ପାଇଁ

ଦେଶର ପ୍ରଗତି କ୍ଷୁର୍ଣ୍ଣହୁଏ ଏଠି

କିଛି ବୁଝା ପଡେ ନାହିଁ।୪।


ସେଇ ପଳାତକ ନୁହଁ ଶୁଭଙ୍କର

ସବୁ ସେ କ୍ଷତିର ମୂଳ

ସମୟ ଆସିଛି ଉଠ ଉଠ ଆରେ

ଆଗ ସାରି ଦେବା ଖେଳ।୫।


ସମୟ ଜଗିଲେ ପରାଜୟ ହେବ

ଆଗରୁ ସତର୍କ ହୁଅ

ଡାକୁଛି ମାଆ ମୋ ଲଢ଼ିବି ମୁହିଁ ଯେ

ଛୁଟାଇ ରକତ ସୁଅ।୬।


ଦେହରେ ମୋହର ଥିବାଯାଏଁ ରକ୍ତ

ଲଢ଼ିବି ତତ୍ପର ହୋଇ

ମରିବି ପଛକେ ସୀମାରେ ଯାଇ ମୁଁ

ଶତ୍ରୁଙ୍କୁ ଛାଡ଼ିବି ନାହିଁ।୭।


ବହି ଯାଉ ପଛେ ରକତ ର ନଈ

ଶତ୍ରୁର ବିନାଶ ପାଇଁ

ଭୀଷ୍ମ ଶପଥ ଯେ ଅଟେ ଏହି ମୋର 

ଲଢ଼ିବି ମାଆକୁ ଚାହିଁ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational