ଭୀମଭୋଇ
ଭୀମଭୋଇ
ଭୀମଭୋଇ ଗୋଟେ ଅନୁଷ୍ଠାନ ନୁହେଁ
ବିସ୍ତାରିତ ସିନ୍ଧୁ ସମ
ସଚରାଚର ସେ ବ୍ୟାପ୍ତ ଭୀମଭୋଇ
ଗାଏ ଗଗନ ପବନ ।
ଶୂନ୍ୟ ମଣ୍ଡଳରେ ଶୂନ୍ୟ ପୁରୁଷ ରେ
ନିତ୍ୟ ରାହାସ ପ୍ରେମ
କରିପାରେ ଯେଉଁ ମହାମନିଷୀ ସେ
ଭୀମଭୋଇ ତା’ର ନାମ ।
ଜ୍ଞାନ ଆଲୋକରେ ଉଦ୍ଭାସିତ ଏକ
ଜ୍ଵଳନ୍ତ ସୂର୍ଯ୍ୟ ପ୍ରତିମା
ସହନଶୀଳତା ମାନବିକତାର
ପୁନେଇଁ ରାତି ଚନ୍ଦ୍ରମା ।
ଅଭିନବ ପୁଷ୍ପ ପାରିଜାତ ସମ
ଅମୃତମୟ ଜୀବନ
ଅନନ୍ୟ ସେ ସନ୍ଥକବି ଭୀମଭୋଇ
ଘେନ କବିର ପ୍ରଣାମ ।