ବହି
ବହି
ଜ୍ଞାନର ସେ ଗନ୍ତାଘର,
ସମାଜ କଲ୍ୟାଣେ ସଦା
ପ୍ରୟାସ ତାହାର l
ପ୍ରାଣେ ପ୍ରାଣେ ଭରିବାକୁ
ମହକ ପୁଲକ,
ହାସ୍ୟରସ କୋଳାହଳେ,
ଭାଷା, ଇତିହାସ, ଭୂଗୋଳ ଓ
ଗଣିତ ବିଜ୍ଞାନେ ପୁଣି
ଜଣା ଅଜଣାର କୁତୂହଳେ,
ଜିଜ୍ଞାସାର ଅନ୍ତରାଳେ,
ଉଦ୍ଗ୍ରୀବ ସେ ଖୋଲିବାକୁ
ସଂସାର କୁହୁକ l
ଶୁଦ୍ଧ କରେ ଆଚରଣ, ଉଚ୍ଚାରଣ
ମଣିଷର ଯାବତ ଦୁର୍ଗୁଣ,
ଊର୍ଦ୍ଧ୍ଵଗାମୀ କରେ, ଚେତନାର ସ୍ତରେ
ଫେଡ଼ି ଆବର୍ଜନା ଆସ୍ତରଣ l
ସାଜେ ପଥହୁଡା ମଣିଷର
ଚିରକାଳ ପ୍ରିୟସଖା,
ବେଳ ଅବେଳରେ ଛଡ଼େନାହିଁ ହାତ
ଦୁର୍ଦିନେ ଦିଏନି ଧୋକା l
କରେ ମନୁ ସଂଶୟ ମୋଚନ,
ଦେଇ ହିତ ଉପଦେଶ ମାନ l
ଶିଖାଏ କୌଶଳ ଭଲ ପାଇବାର
କ୍ଷଣେ ଅନୁକ୍ଷଣେ,
ଅନାବୃତ କରେ ଆଲୋକିତ ପଥ
ଜ୍ଞାନ ମଧୁ ଆହରଣେ l
ମୁଖେ ଭରେ ସଦା ବଚନ ମଧୁର,
କେ' ଅଛି ଏ ଭଵ ସାଗରେ ତା'ଭଳି
ସତ୍ୟ, ଶିବ ଓ ସୁନ୍ଦର l
