STORYMIRROR

Rajalaxmi Tripathy

Inspirational

4  

Rajalaxmi Tripathy

Inspirational

ବହି

ବହି

1 min
307


କେତେ ପ୍ରକାର ଅର୍ଥରେ ତାକୁ

ବୁଝାଇବାକୁ ହୁଏ

ପୁସ୍ତକ, କିତାବ, ଗ୍ରନ୍ଥ, ଖାତା

ହିସାବ, ପୋଥି ସିଏ ।


ଉତ୍ସାହ, ଗୁରୁ, କାଳ ରୂପରେ

ବହି ହୋଇଛି ସାଥି

ବାନ୍ଧି ରଖିଛି ମଣିଷ ମନ

ବିତରି ଜ୍ଞାନ ଜ୍ୟୋତି ।


ପୃଥିବୀ ସୃଷ୍ଟି ଆରମ୍ଭ କାଳୁ

ଦେଖାଇଛି ନିସ୍କର୍ଷ

ମହାଜ୍ଞାନୀ କବି ଲେଖକଙ୍କ

ଅଭିଜ୍ଞତାର ସ୍ପର୍ଶ ।


ନିରବେ ବୁଝାଏ ନିରବେ ଶୁଣାଏ

ବହିର ଦରଦୀ ଭାଷା

ଶବ୍ଦ ଚେତନା ଶକ୍ତି ଅମାପ

ସଂଚରେ ଅସୀମ ଆଶା ।


ବିପଦେ ଆପଦେ ଦୁରେଇ ଯା'ନ୍ତି

ସାଥି ପରିଜନ ଯେବେ

ଭଲବହି ଖଣ୍ଡେ ହାତରେ ଥିଲେ

ଦୁଃଖ ରହେନାହିଁ କେବେ ।


ସାଙ୍ଗ ଠାରୁ ପ୍ରିୟ ହୁଅଇ ଲେଖକ

ଆପଣା ମଣିଷ ମଧ୍ୟେ

ପାଠକ ଅନ୍ତର ଝୁରେ ତାକୁ ନିତି

ମଧୁମୟ ଗୀତି ଛନ୍ଦେ ।


ନହେଉ କେବେ ବହିର ଲେଖା

ଜ୍ଞାନୀଙ୍କ ଅହଂକାରେ

ବିକୃତ ତାଙ୍କ ଉପସ୍ଥାପନା

ସମାଜ ଧ୍ବଂସ କରେ ।


ବହି ଆମର ପ୍ରକୃତ ବନ୍ଧୁ

ନିରାଶା କରେନି କେବେ

ଏତେ ବିଶ୍ବସ୍ତ ତା'ପରି କିଏ

ମିଳିବନାହିଁ ଏ ଭବେ ।


Rate this content
Log in

Similar oriya poem from Inspirational