STORYMIRROR

Jitendra Seth

Abstract

2  

Jitendra Seth

Abstract

ବହି

ବହି

1 min
257

ବିଦ୍ୟାର ଭଣ୍ଡାର ଜ୍ଞାନର ସାଗର

ନାମଟି ତାହାର ବହି

ମନର ଦ୍ୱନ୍ଦକୁ ପରିଷ୍କାର କରି 

କାନେ କାନେ ଯାଏ କହି


ଅବୁଝା ଅଜଣା ଅକୁହା ଅଚିହ୍ନା 

ସବୁକୁ ଦିଏ ବୁଝେଇ 

ସିଏ ଏକା ଗୁରୁ ପଥ ପ୍ରଦର୍ଶକ 

ତାର ସରି କିଏ ହୋଇ


ସମାଜ ସଂସ୍କୃତି ପରମ୍ପରା କଥା 

ହୃଦୟେ ତାହାରି ଲେଖା 

ଅଜ୍ଞାନ ଅନ୍ଧାର ବିନାଶନ ପାଇଁ 

ଅଟେ ସିଏ ଦୀପ ଶିଖା


ଇତିହାସକୁ ସେ ହୃଦୟ ବକ୍ଷରେ 

ସାଇତି ରଖିଛି ବୋଲି 

ପୂର୍ବାପୂର୍ବ କଥା ରହିଛି ସତେଜ

ସଜଫୁଟା ଫୁଲ ଭଲି


ଜ୍ଞାନ ବଣ୍ଟନର ମାଧ୍ୟମ ହୋଇ ସେ 

ବିଦ୍ୟା ବାଣ୍ଟେ ନିରନ୍ତର

ତା ପରି ବନ୍ଧୁ ଯାହା ପାଖେ ଅଛି

ଲୋଡ଼ା ନାହିଁ କିଛି ତାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract