STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

3  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ବହି

ବହି

1 min
164

ବହି ଏକ ପୁଣ୍ଯ ସ୍ରୋତସ୍ୱତୀ ନଈ

ହୃଦ ପ୍ରଦେଶ ରୁ ଝରି ଝରି ଆସେ

ସହୃଦୟ ଗୀତି ଗାଇ l

ଲେଖକ ପାଠକ ତାର ଦୁଇ କୂଳ

କଲମ ନାଆ ହୁଅଇ

ପଟୁ ମାଟି ଭାବ ଭୂଇଁ

କାଳୀ କଲ୍ଲୋଳ ଦେଇ... I

ପୂର୍ବ ଭାଷା ସତ୍ୟ ଜୀବନ ବୃତ୍ତାନ୍ତ

ଜହିଁ ନାଉରୀ ସ୍ଵୟଂ ବିହି

ଯୁଗ ରୁଚି ଶବ୍ଦ ବୋହି

ଅଙ୍କାବଙ୍କା ଅଙ୍କ ଅଧ୍ୟାୟ ଦେଇ

କଳ୍ପ ଜ୍ଞାନ ଜାଗତିକ ମହୀ.... I

ପୁଣ୍ଯ ବହି ପାଣି ଥରୁଟିଏ ଆଣି

ମୁନ୍ଦେ ମୁନ୍ଦେ ଦେଲେ ପିଇ

ମୂର୍ଖ ଦୋଷ ଯାଏ ଧୋଇ

ସୁପ୍ତ ପ୍ରାଣ ଉଠେ ଚେଇଁ

ଯେମିତି ଦଲକାଏ ବା ଦିଏ ପୃଷ୍ଠା ଓଲଟାଇ l


Rate this content
Log in

Similar oriya poem from Abstract