ବହି
ବହି
ବିନା ବହିରେ କି ଜ୍ଞାନ ଆହରଣ
କୁହ କିଏ କରି ପାରେ
ବହିଟି ହେଉଛି ଜ୍ଞାନର ଭଣ୍ଡାର
ଅଜ୍ଞାନକୁ ନାଶ କରେ ।
ବଡ ସାନ ସିଏ କିଛି ଦେଖେ ନାହିଁ
ସଭିଁଙ୍କି ଶିକ୍ଷା ସେ ଦିଏ
ବୟସର ତାରତମ୍ୟ ତ ନ ଥାଏ
ଯିଏ ଚାହେଁ ପଢେ ସିଏ ।
ବିଦ୍ବାନ ଜାଣଇ ବିଦ୍ୟାର ମହତ୍ତ୍ଵ
ବିଦ୍ୟା ତା ଜୀବନ ଅଟେ
ବିରୋଧାଚରଣ ଯିଏ ଯେତେ କରୁ
ନା କେବେ ସିଏ ହଟେ ।
ବ୍ୟସ୍ତତା ଭିତରେ ସମୟ ବାହାର
କରି ବହି ପଢୁ ଥାଏ
ବିଚ୍ୟୁତି ନା ହୁଏ ବିବ୍ରତ ସେ ହୁଏ
ବହି ତା ଜୀବନ ଥାଏ ।
ବରଡା ପତ୍ରରେ ଲେଖନୀ ଚାଳନା
ଆଗରୁ ତ ହେଉଥିଲା
ବାଲ୍ଭୀକି ଋଷିଙ୍କ ରାମାୟଣ ଗାଥା
ତାଳ ପତ୍ରେ ଲେଖା ଥିଲା ।
ବସନ, ବ୍ୟଞ୍ଜନ, ଜ୍ଞାନ ଆହରଣ
ଲୋଡା ସବୁ ଜୀବନରେ
ବହି ବିନା ପାଠ ଅଧୁରା ହୁଅଇ
ଆଗକୁ ନା ଯାଇ ପାରେ ।
ବିଦ୍ୟାର୍ଥୀଟି ଯେବେ ବହି ସାରି ଥାଏ
ପରୀକ୍ଷାକୁ ଡରେ ନାହିଁ
ବିବ୍ରତ ହୁଏନି ହାରି ସେ ଯାଏନି
ବିଫଳ ନା ହେଇ ଥାଇ ।
ବିଶ୍ବାସ ଭରସା ବହିଟି ହୁଅଇ
ବହିରେ ସବୁ ତ ଥାଏ
ବହିଟି ସମ୍ପୂର୍ଣ୍ଣ ସାରି ଥାଏ ଯିଏ
ନା ଫେଲ୍ କେବେ ସେ ହୁଏ ।
ବାଗ୍ଦେବୀଙ୍କର ସନ୍ତାନ ସେ ହୁଏ
ନିଷ୍ଠାରେ ଯେ ପଢି ଥାଇ
ବିଶ୍ବାସ ଭରସା ଭକତି ଯାହାର
ଅତୁଟ ମା ପାଦେ ଥାଇ ।
ବରପୁତ୍ର କାଳିଦାସ ଥିଲେ ଆମ
ମୁର୍ଖରୁ ପଣ୍ଡିତ ହେଲେ
ବୀଣାପାଣିଙ୍କର ଆଶୀର୍ବାଦ ବଳେ
ପୁସ୍ତକ ରଚନା କଲେ ।
ବିରାଟ ପୁସ୍ତକ ସଂସ୍କୃତର ଶ୍ଳୋକ
ବିଦ୍ବାନ ଆଶ୍ଚର୍ଯ୍ୟ ଦେଖି
ବିବଶ କରିଲା ତନୁ ମନ ସବୁ
କୁମାରସମ୍ଭବ ସାକ୍ଷୀ ।
ବିରାଟ ପୁସ୍ତକ କରିଲେ ରଚନା
ଅଭିଜ୍ଞାନଶକୁନ୍ତଳା
ବିସ୍ମିତ କରିଲା ଏ ବିଶ୍ବ ଜଗତ
ମେଘଦୂତ କାବ୍ୟ ଭଲା ।
ବହି ବିନା ନାହିଁ ଜ୍ଞାନର ଉନ୍ନତି
ନା ଆଗକୁ କିଏ ଯାଏ
ବହିଟି ଅଟଇ ଜ୍ଞାନର ବାହକ
ପଢେ ଯିଏ ଜ୍ଞାନୀ ହୁଏ ।
ବହିକୁ ଯତନେ ରଖି ଯିଏ ପଢେ
ସରସ୍ବତୀ ଖୁସି ହୋନ୍ତି
ବନ୍ଧା ହୋଇଥାନ୍ତି ତା ଭକ୍ତି ପାଖରେ
ତାକୁ ଆଶୀର୍ବାଦ ଦ୍ୟନ୍ତି ।
ବଡ ମୁର୍ଖଟିଏ କଣ ବା ଲେଖି ବି
ନାହିଁ ଜ୍ଞାନ କିଛି ମୋର
ବାଗ୍ଦେବୀଙ୍କୁ ମଥାନତ ପ୍ରଣିପାତ
ବହିକକୂ କୋଟି ଜୁହାର ।