STORYMIRROR

Gunanidhi Samal

Abstract

3  

Gunanidhi Samal

Abstract

ବହି

ବହି

1 min
11.6K

ବହିଠାରୁ ଭଲ ବନ୍ଧୁ ଦୁନିଆଁରେ ନାହିଁ

ଯାହା ଅଜଣା ତୁମକୁ କହିପାରେ ବହି

ବହିରେତ ଲେଖାଅଛି ଯେତେସବୁ ପାଠ

ପାଠପଢି ଆସ ସବୁ ବୋଲାଇବା ଚାଟ

ପାଠ ପଢିଲେ ଅଜ୍ଞାନ ହୋଇଯିବ ଦୂର

ଜୀବନ ଜୀବିକା ହେବ ସହଜ ସୁନ୍ଦର

ପଢିବା ଗଣିତ, ଇତିହାସ ଓ ବିଜ୍ଞାନ

ଇଂରାଜୀ,ହିନ୍ଦୀ,ସଂସ୍କୃତ ଅରଜିବା ଜ୍ଞାନ

ଆହୁରି ପଢିବା ବଡ଼ଲୋକଙ୍କ ଜୀବନୀ

ସବୁଭାଷା ଶିଖିବ ଯେ ସିଏ ବଡ଼ ଜ୍ଞାନୀ

ପଢିବ ଗଳ୍ପ କବିତା ସାଥେ ଉପନ୍ୟାସ

ସେଇଥିରେ ଲେଖାଅଛି ଅନେକ ସନ୍ଦେଶ

ମନ ଧ୍ୟାନ ଦେଇ ଯେବେ ବହି ପଢୁଥିବ

ଦେଶ ବିଦେଶରେ ନିଶ୍ଚେ ସମ୍ମାନ ପାଇବ

ପଢିଥିଲେ ପାଠ ଭାଇ ଜିଣିବା ଜଗତ

ନିଜେ ହିଁ ରଖିବା ଆମେ ନିଜର ମହତ

ଆମ ହାତେ ଚଳାଇବା ଏଇ ଆମଦେଶ

ସବୁରି ମୁହଁରେ ନିଶ୍ଚେ ଫୁଟାଇବା ହସ

ଆସ ବହି ପଢି ଜ୍ଞାନ କରିବା ଅର୍ଜନ

ସାର୍ଥକ କରିବା ଆମ ମଣିଷ ଜୀବନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract