STORYMIRROR

Bijaya Panda

Classics

2  

Bijaya Panda

Classics

ବହି ମୋ ସାଥି

ବହି ମୋ ସାଥି

1 min
511

ବହି ମୋ ଜୀବନ

ଶୈଶବ ତୋ ସହ ଆରମ୍ଭ

ଚାଲିଛି ଜୀବନ ଏଯାଏଁ ତୋରି ସହ

ଭକ୍ତି ଜ୍ଞାନ କର୍ମ ତିନି ମାର୍ଗ ମଧ୍ୟରୁ

ଜ୍ଞାନ ମାର୍ଗରେ ସାରା ଜୀବନ

ଚାଲିବାକୁ ସାଥି ତୁ ବହି

ପ୍ରଭୁ ଗଣେଶ ଅବା ୠଷି ବାଲ୍ମିକୀ

ସମସ୍ତଙ୍କ ଜ୍ଞାନର ଏକ ମାଧ୍ୟମ

ପିଲାଏ ପଢିଲେ ବିଦ୍ୟାଳୟରେ

ଯୁବା ବି ପଢିଲେ କର୍ମ କ୍ଷେତ୍ରରେ

ବୟସ୍କ ପଢିଲେ ଅବସର ପରେ

ସାହିତ୍ୟିକ ପଢ଼େ ଅତି ଆନନ୍ଦରେ

ଜ୍ଞାନ ପିପାସୁ ପଢ଼ିଲେ

ଜୀବନ ର ପ୍ରତିପାହାଚରେ


ବହି ପଥ ପ୍ରଦର୍ଶକ

ବହି ଦୂର କରେ ଜୀବନରୁ ଅନ୍ଧକାର

ଭରିଦିଏ ଉଜ୍ଜ୍ୱଳ ଆଲୋକ


ତୋ ପାଇଁ କେତେ ଜନମାନସ

ମୂର୍ଖ ରୁ ହେଇଛନ୍ତି ବିଦ୍ୱାନ

ପାଇଛନ୍ତି ଅମୂଲ୍ୟ ଜ୍ଞାନ

ତୋର ସ୍ରଷ୍ଟାଙ୍କୁ ଲକ୍ଷେ ଜୁହାର

ଏ ମାନବ ସମାଜ ତୋ ପାଖେ ଚିରରୁଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics