STORYMIRROR

Geetanjali Prusty

Fantasy

4  

Geetanjali Prusty

Fantasy

ଭଗ୍ନ ବାରବାଟୀ

ଭଗ୍ନ ବାରବାଟୀ

1 min
272


ଦେଖିଛକି ବନ୍ଧୁ ଦେଖିଛକି ତୁମେ

ଭଗ୍ନ ବାରବାଟୀ ଦେଖିଛକି

ଯେଉଁ ଠାରେ ଦିନେ ରାଜା ରାଜୁଡ଼ାଙ୍କ

ଚାଲୁଥିଲା ପୂର୍ଣ୍ଣ ହୁକୁମାତି ll


ଦ୍ୱିତୀୟ ଅନଙ୍ଗ ଭୀମ ଦେବଙ୍କର

ଅଦ୍ୱିତୀୟ ଏହି କୃତି

ଚଉଦ୍ୱାର ଠାରୁ ରାଜଧାନୀ ଆଣି

ଗଢ଼ିଥିଲେ ବାରବାଟୀ ll


ରାଣୀହଂସ ପୁରେ ଆଲଟ ଚାମର

ଦାସ ଦାସୀ ପରିଚାରୀ

ନିୟୋଜିତ ଥିଲେ ନାରୀ ବା ପୁରୁଷ

ଥିଲେ କେତେ ସେବାକାରୀ ll


ନାହିଁ ଆଜି ସେହି ଗୌରବ ଗାରିମା

ସମୟ ସାଥୀରେ ଯାଇଛି ଫେରି

ଆସିବକି କେବେ ସେଇ ସବୁ ଦିନ

ନୂଆ ପିଢ଼ି ଆଜି ହୁଅନ୍ତି ଝୁରି ll


ଗଡ଼ଖାଇ ସାଥେ ଅତିକ୍ରମି କେତେ

ସୁରକ୍ଷା ବଳୟ ସୁଉଚ୍ଚ ସୀମା

ପାରିବକି କେହି ବାରବାଟୀ ଛୁଇଁ

ସେତ ମୋ ଜାତିର ଗର୍ବ ଗାରିମା ll


ନିଃଶ୍ବ ଆଜି ସେ ବିସ୍ମୃତି ଗର୍ଭରେ

କାହିଁ ଗଲା ସେହି ବୀରତ୍ୱ ବାଣୀ

ଆଜିସେ ଓଡ଼ିଆ ବିଶ୍ୱ ଦରବାରେ

ସେଇ ପରାକ୍ରମ ଦିଏ ବଖାଣି ll


ଏଇ ଦେଖ ସେଇ ମହାନ ସଂସ୍କୃତି

ସାଧବ ପୁଅର ଗୌରବ ଯାତ୍ରା

ପୁଣ୍ୟ ମହାନଦୀ ବାଲୁକା ଶେଜରେ

ବିପଣୀ ମାଳାର ସୁରମ୍ୟ ଆଭା ll


ଆଉକି ଫେରିବ ସେଦିନ ସେ ବେଳ

ହୃତ ଗଉରବ ପୁଲକ ନେଇ

ଶତ ସୁଷମାର ଆନନ୍ଦ ଖେଳାଇ

ଭୂମିରୁ ଭୂମାକୁ ଯିବ ସେ ଛୁଇଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy