ଭଗ୍ନ ଆଶା
ଭଗ୍ନ ଆଶା
ଅତୀତର ମୋର ସ୍ମୃତି ରୋମନ୍ଥନ
କେବେଠୁ ଯାଇଛି ଶୋଇ,
ଭଙ୍ଗା ସବାରୀରେ ବର୍ତ୍ତମାନ ମୋର
ମସ୍ତକ ଦେଇଛି ନଇଁ ।
ଭବିଷ୍ୟତ ପଥ ଅନ୍ଧାର ସମାଧି
ଦିିଏ ହାଡ଼ମାଂସ ପୋତି,
ନବୀନ ସୁନ୍ଦର ସୂର୍ଯ୍ୟ ଆଲୋକିତ
ମୁଁ ଭାଷାହୀନ ଜ୍ୟୋତି ।
ପ୍ରତିଟି ଜୀବନ ଧୂୂଳିିିପୂୂୂର୍ଣ୍ଣ ବିନ୍ଦୁ
ଜୀବନ ଯାଉଛି ଜଳି,
ଦେହ ଯାଯାବର ଆଶା କ୍ଷଣସ୍ଥାୟୀ
ଅଦିନେ ଭଉଁରୀ ଭଳି ।
ନାନା ଜାତି ରଙ୍ଗ ଭେଜାଲ ହେଲେଣି
କିିିଏ ବା କାହାକୁ ଚିହ୍ନେ,
ଏ ବାଟରେ ଗଲେ ସେ ବାଟ କହୁଛି
କାହିଁ ତୁ ତ ପଡୁନୁ ମନେ ।
ବଞ୍ଚିବା ମରିବା ଏକା ପରିିି ଲାଗେ
ନାହିଁ ଆଉ ବୁୁୁ୍ଦ୍ଧିିିଜ୍ଞାନ,
ଏ କୋଳର ଢେଉ ସେ କୋଳ ଛୁଉଁନି
ଦୁୁଃଖେ ଶୋଏ ମନଜହ୍ନ ।
ସରସ ସୁନ୍ଦର ଭାବ ଲୀଳାମୟ
ଭାବନା ପାଉନି ପ୍ରେମ,
ନିିିରବତା ଦେଖେ ଭୟଙ୍କର ରୂପ
ମୁୁୁଣ୍ଡପିଟେ ଧରା ଧାମ ।
ନିିିୟମ ଶୃଙ୍ଖଳ ସ୍ମୃୃୃତି ରୀତିନୀତି
ସମସ୍ତଙ୍କୁ ଥାଏ ଜଣା,
ସ୍ୱାର୍ଥ ପିଇଯାଏ ସହସ୍ର କାରଣ
ବାଘ ମୁହେଁ ହୋଇ ଟଣା ।
ନାଲିବତୀ ଅଟେ ବିପଦ ସଙ୍କେତ
ସବୁଜ ଅଟଇ ଶାନ୍ତି,
ସବୁ ଜାଣି ଏଠି ନ ଜାଣିଲା ପରି
ଓଲଟି କରନ୍ତି ବାନ୍ତି ।