STORYMIRROR

Balaram Barik

Inspirational

3  

Balaram Barik

Inspirational

ଭଗବାନ କାହୁଁ ଆସିବେ ??

ଭଗବାନ କାହୁଁ ଆସିବେ ??

1 min
251


କପଡା ହେଇଗଲା ଛୋଟ 

ଲାଜ କାହୁଁ ଆସିବ ?

ଶସ୍ୟ ହୋଇଗଲାଣି ରସାୟନ ଯୁକ୍ତ 

ସ୍ୱାଦ କାହୁଁ ଆସିବ ?

ଖାଦ୍ୟ ହୋଇଗଲାଣି ଡାଲ୍ଡା 

ବଳ କାହୁଁ ଆସିବ ?

ନେତା ହେଇଗଲେଣି ଚୌକି ପ୍ରେମୀ 

ଦେଶକୁ ଭଲ କାହୁଁ ପାଇବେ ?

ଫୁଲ ହେଇଗଲାଣି ପ୍ଲାଷ୍ଟିକ ଓ ସିଂଥେଟିକର 

ବାସ କାହୁଁ ଚହଟିବ ?

ମୁହଁକୁ ତ ମେକ୍ ଅପରେ ସଜାଉଛୁ

 ସୁନ୍ଦରତା କାହୁଁ ଆସିବ ?

ଶିକ୍ଷକ ସବୁ ବୁଲି ବୁଲି ଟିଉସନ୍ କଲେଣି 

ପାଠ କାହୁଁ ଆସିବ ?

କାର୍ଯ୍ୟକ୍ରମ ସବୁ ଚ୍ୟାନେଲମାନଙ୍କର 

ସଂସ୍କାର ସେଠି କାହୁଁ ଆସିବ ?

ମଣିଷ ପଇସାକୁ ଭଲ ପାଇଲା 

ଦୟା ନାମକ ଜିନିଷ କାହୁଁ ଶିଖିବ ?

ପାଣି ହେଇଗଲାଣି କେମିକାଲ୍ ଯୁକ୍ତ

 ଗଙ୍ଗା ଜଳ କାହୁଁ ହେବ ?

ସନ୍ଥ ଯେତେ ସ୍ୱାର୍ଥପର ହେଲେଣି 

ସତସଂଘ କେମତି ଯେ ହେବ?

ଭକ୍ତ ସବୁ ମିଛୁଆ ରାଧୁଆ ହେଲେଣି 

ଭଗବାନ କାହୁଁ ଆସିବେ ?



Rate this content
Log in

Similar oriya poem from Inspirational