ଭେଦଭାଵ
ଭେଦଭାଵ
କଳା ଗୋରାର ଭେଦଭାଵ ମନରେ ନାହିଁ
ଭଲପାଉଛେ ଆମେ ଜଣେ ଜଣଙ୍କୁ ଚାହିଁ
କିଏ ଦେଉ ପଛେ ଯେତେ ଅପମାନ
ହିନ୍ଦୁ ଏବଂ ମୁସଲିମ ଆମେ ସଭିଏଁ ସମାନ
ଭୁଲେନା ଭୁଲେନା ମୂକତିର ସେହି ମୂର୍ଛନା
ଶରୀରେ ପ୍ରବାହିତ ଏକ ରକତର ଝରଣା
ସାଥୀରେ ସାଥୀରେ ରହିଛୁ ସ୍ନେହପ୍ରେମରେ
ଭଲପାଇବାର ସେହି ଏକା ବିଶ୍ବାସରେ ।
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ବର
