STORYMIRROR

Subrat Malik

Tragedy

3  

Subrat Malik

Tragedy

ଭଦ୍ରମୁଖା

ଭଦ୍ରମୁଖା

1 min
278

ଧୋବ ଫରଫର ବସ୍ତ୍ର ଆପଦମସ୍ତକ

କର ଯୋଡି ନମସ୍କାର

ବିନୟଭାଵ ହସରିତ ମୁଖ

ସଭିଙ୍କ ସହ ରକ୍ତଗତ ସମ୍ପର୍କ ତୁଲ୍ୟ ଆଚରଣ

ସାତ ଜନ୍ମର ସୁଖ ଦୁଃଖର ସାଥୀ ପରି ଭାବ ବିନିମୟ

ସତେ ଯେପରି ସତ୍ୟ ଯୁଗର ଅୟମାରମ୍ଭର

ପ୍ରାକ ପ୍ରସ୍ତୁତି, ପ୍ରାକ ଆଭାସ ।।

ହେଲେ ଏ ସମୟ ,ଏ ଦୃଶ୍ୟ 

ନୁହେଁ ଦୀର୍ଘସ୍ଥାୟୀ

କେବଳ ମତଦାତାର ଶେଷ ଭୋଟ 

ଭୋଟ ବାକ୍ସରେ ପଡିବା ଯାଏ ।।

ନିର୍ବାଚନ ଫଳାଫଳ ଘୋଷଣା ସହିତ

ବଦଳିଯାଏ ଚିତ୍ର

ଭଦ୍ରମୁଖା ଧାରୀ ସାଜେ

ନାୟକରୁ ଖଳନାୟକ

କେଉଁଠି ଟିପୁ ସୁଲତାନ ସାଜେ ତ 

କେଉଁଠି ମହମ୍ମଦ ଘୋରୀ

ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ନାରା ଦେଇ

କରିଚାଲେ ଆଇନର ବଳାତ୍କାର

ସ୍ପଷ୍ଟ ଦିବାଲୋକରେ 

କ୍ଷମତା ଥିବା ଯାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy