STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଭଦ୍ରକର ମାଆ କାଳୀ

ଭଦ୍ରକର ମାଆ କାଳୀ

1 min
263

ଏକୈବ ଶକ୍ତି ପରମେଶ୍ୱରସ୍ୟ

ବିବିଧା ବଦନ୍ତି ବ୍ୟବହାର କାଳେ,

ଭୋଗେ ତୁ ଭବାନି ପୁରୁଷେଷୁ ଲକ୍ଷ୍ମୀ

ଶକ୍ତେ ତୁ ଦୁର୍ଗା ପ୍ରଳୟେ ତୁ କାଳୀ।


ଓଡ଼ିଶା ରାଇଜେ ଭଦ୍ରକ ଜିଲ୍ଲା ଆମ

ଠାକୁରାଣୀ ଭଦ୍ରକାଳୀ,

ଅଭୟ ଆଶିଷ ପ୍ରଦାନ କରନ୍ତି ଦେବୀ

ମହାମାୟୀ ଭଦ୍ରକାଳୀ,

ସିଂହ ପୃଷ୍ଠେ ପଦ୍ମାସନେ ବିଜେ

ଏକ ଦକ୍ଷିଣ ଭୁଜରେ ଖଡଗ ଆନ

ଭୁଜେ ଶିଶୁ କୃଷ୍ଣ ତୋଳି।


ଏକ ବାମ ଭୁଜେ ଖର୍ପର ଧାରଣ

 ତଳ ଭୁଜେ ଜପାମାଳି,

ଏକମାତ୍ର ଶକ୍ତିପୀଠେ ଦୃଶ୍ୟ ହୁଏ

କୃଷ୍ଣଙ୍କୁ ଧରନ୍ତି କାଳୀ,

ଏ ପୀଠ ଦୁର୍ଗାମାଧବ ପୀଠ

ଅଧିଷ୍ଠାତ୍ରୀ ଜଗଜ୍ଜନନୀ ମାଆ ଏ

ଚତୁର୍ଭୁଜା ଭଦ୍ରକାଳୀ।


ଓଦ୍ରାଖ, ଶ୍ରୀହଟ୍ଟ, ପୂମାକୋଟା, କାମାକ୍ଷା

ଓଦ୍ରାଖ ପ୍ରଥମ ପୀଠ,

ଝଙ୍କଡ ଶାରଳା, କଟକ ଚଣ୍ଡୀ, 

ବାଣପୁର ଭଗବତୀ ପୀଠ,

କୀଚକେଶ୍ୱରୀ ଖିଚିଙ୍ଗ

ବାଙ୍କୀର ଚର୍ଚ୍ଚିକା, ଯାଜପୁର ବିରଜା,

ସମ୍ବଲପୁରେ ସମଲେଶ୍ୱରୀ ଭଦ୍ରକର କାଳୀ ପୀଠ।


କିମ୍ବଦନ୍ତୀ କହେ ମୁସଲମାନ ଆକ୍ର-

ମଣେ ମନ୍ଦିର ବିନାଶ,

ଭୂଇଁଆ ରାଜବଂଶ ପ୍ରାର୍ଥନା ଶୁଣି

ସ୍ଥାନାନ୍ତର ପାଇ ଦେଲେ ନିର୍ଦ୍ଦେଶ,

ମାଆଙ୍କ ପ୍ରତିମା ଧରି ଭକତ

ସାଳନ୍ଦୀ ନଦୀରେ ଆସୁଥିବା ବେଳେ,

ହୋଇଗଲେ ମାଆ ଅଦୃଶ୍ୟ।


ଟଳିଲା ବିପଦ ନଥିଲା ଆତଙ୍କ

ନିର୍ମାଣ ହେଲା ମନ୍ଦିର,

ସାଳନ୍ଦୀ ନଦୀରେ ମାଆଙ୍କ ନାମରେ

ଭଦ୍ରକାଳୀ ଗଣ୍ଡ ଲୋକ ମୁଖର,

ବ୍ରାହ୍ମଣ ଆସିଲେ ଯାଜପୁରର

କିଏ କହେ ପୁଣି ମୂଳ ମନ୍ଦିର

ଥିଲା ମେଘାସନ ପର୍ବତର।


ପାରମ୍ପରିକ ରୀତିନୀତି ମଧ୍ୟରେ

ପୂଜା କାର୍ଯ୍ୟ ଚାଲିଥାଏ,

ମଙ୍ଗଳ ଆଳତୀ ସ୍ନାନ ଆଦି ନୀତି

ଭକ୍ତି ଭାବେ ହେଉଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational