STORYMIRROR

ସନାତନ ଦାସ

Abstract

3  

ସନାତନ ଦାସ

Abstract

ଭଦ୍ର ମୁଖା

ଭଦ୍ର ମୁଖା

1 min
217

ଭଦ୍ର ମୁଖା ତଳେ ଅଭଦ୍ର ମଣିଷ

 ସମାଜରେ ମାଳ ମାଳ,

କାହାକୁ କହିବା କିଏ ବା ବୁଝିବ

ଏତେ ଘୋର କଳି କାଳ!!


ନାରୀ ସୁରକ୍ଷା ପାଇଁ ଦେଉଥାଏ

ନିତି ଯିଏ ସମ୍ଭାଷଣ,

ନିଜ କନ୍ୟା ଭ୍ରୁଣ ହତ୍ୟା କରି ସେ

ନାରୀ କୁ କରେ ଶୋଷଣ!!


ସତ୍ୟ ନ୍ୟାୟ ପାଇଁ ଭାଷଣ ମାରେ

ମୁହଁରେ ହସ ଫୁଟାଇ,

ଅନ୍ୟାୟ ର କଳା କାରବାର ତଳେ

ନିଜକୁ ଦିଏ ମଜାଇ!!


ମିଠା କଥା କହି ମନ କିଣି ନେଇ

ପଛରେ ଚିତା କାଟିବେ,

ପେଟରେ ବିଷ ମୁହଁ ରେ ଅମୃତ

ତୁମକୁ ଗ୍ରାସି ଯିବେ!!


ଏମିତି ଭଦ୍ର ଲୋକଙ୍କ ଠାରୁ ତୁମେ

ସର୍ବଦା ଦୂରେଇ ଥିବ,

ସରଳ ହୋଇଲେ ଏଇ ଦୁନିଆରେ

କେବେ ବଞ୍ଚି ନ ପାରିବ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract