STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଭଡାଘର

ଭଡାଘର

1 min
227


ଅନିଶ୍ଚିତତାର ସେ ଘର

ମାଲିକାନା ସତ୍ତ୍ଵ ନାହିଁ କିଛି

ଭଡାଟିଆର

ନାହିଁ ସ୍ଵାଧୀନତା

ନାହିଁ ନ୍ୟାୟ ଅନ୍ୟାୟରେ

କଥା କହିବାର

ସେ ଘରେ ଅଧିକାର

ଭଡାଘର ସେ ଭଡାଘର ।


ନ ଥାଏ ସେଠାରେ ଆତ୍ମତୃପ୍ତି

ନ ମିଳେ ସେଠାରେ ଅଧିକାର

ଭଡାଟିଆ ପାଇଁ ଅଟେ

ସେ ଘର ମାୟାପୁର

ସ୍ଵାର୍ଥର ପଚାଗନ୍ଧ ନିର୍ଗତ ହୁଏ

ସେ ଘରୁ ନିରନ୍ତର

ଭଡାଟିଆ ଲାଗି ସେ ଅଟେ

ସତେ କି ଏକ ସ୍ଵପ୍ନ ପୁର

ଭଡାଘର ସେ ଭଡାଘର ।


ଏବେ ଅଛି ପୁଣି ଏବେ ନାହିଁ

ସମୟ ଅସମୟର

ନ ଥାଏ ନିଶ୍ଚିତତା ସେଠିରହିବାର

ଭଡାଟିଆ ପାଇଁ

ସତେ ଯେମିତି କି ତାହା ବନ୍ଦୀ ଶାଳ

ସେ ଘରେ ନୁହେଁ ମାଲିକ କି ପଡ଼ୋଶୀ

ତା'ର କେହି ଆପଣାର

ସେ ଘରେ ନ ଥାଏ

ଶାନ୍ତି ସୁଖ ଅବା ସମୃଦ୍ଧିର

ଭଡାଟିଆ ଅଟେ

ସେ ଘର ପାଇଁ ଯାଯାବର

ଭଡାଘର ସେ ଭଡାଘର ।


ସମ୍ପର୍କର ମାନେ ସେଠି ପାଣିଗାର

କା ସଙ୍ଗେ କା'ର ନ ଥାଏ

ସ୍ନେହ ପ୍ରେମ ଆନ୍ତରିକତାର

କେ ନୁହେଁ ପ୍ରିୟ କେ ନୁହେଁ ଅପ୍ରିୟ

ସେ ଘର ଅଟଇ ସ୍ବାର୍ଥ ଓ ଅର୍ଥର ବେପାର

ଭଡାଟିଆ ଅଟେ ନିର୍ମୂଳି ଲତା ସେଠି

ନ ଥାଏ ତା'ର ସେ ଘରେ

କିଛି ଚେରମୂଳ

ଅଦିନ କୁହୁଡି ଭଳି ଅତିଥି ଅଟଇ

ସେ ଘରେ ଭଡାଟିଆଟି

ନ ଥାଏ ତା'ର ସେଠି କିଛି ଅଧିକାର

ସମ୍ପର୍କ ବିହୀନ ସମ୍ମାନ ହୀନ

ଭାବେ ବସବାସ କରେ ଭଡାଟିଆ

ନାହିଁଁ ଚେର ପୁଣି ନାହିଁ ସେ ଘରେ

ଭଡାଟିଆଟିର ସ୍ଵ ଅଧିକାର

ଭଡାଘର ସେ ଭଡାଘର

ସେ ଭଡାଟିଆ ପାଇଁ ଛଡାଘର

ଜୀବନ ବିତାଏ ଭଡାଟିଆଟି

ସେଠି ନିଜକୁ ସଜାଇ ଯାଯାବର

ଏହି ସବୁ ସଂଜ୍ଞା କୁ ନେଇ ନିର୍ମିତ

ଭଡାଘର ସେ ଭଡାଘର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract