STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଭଡାଘର

ଭଡାଘର

1 min
300

ଅତି କଷ୍ଟକର ଭଡ଼ାଘର ପାଇଁ

 ସହଜେତ ମିଳୁ ନାହିଁ,

ଦିଲ୍ଲୀ ଶହରରେ ନ ମିଳେ ଘରଟି

 ମନରେ କଷ୍ଟ ହିଁ ତହିଁ।


କାର୍ଯ୍ୟତ କରୁଛି ବଡ଼ ଠିକାଦାରେ

  ଅଭାବତ କିଛି ନାହିଁ, 

ସୁଦୂର ଗାଆଁରେ ରୁହନ୍ତି ସନ୍ତାନେ

  ପତ୍ନୀର ସଙ୍ଗରେ ତହିଁ।


ମକର ପର୍ବରେ ଯାଇ ଥିଲି ଘର

  ରହି ଥିଲି କିଛି ଦିନ,

ପତ୍ନୀ କହୁ ଥିଲା ମନକଷ୍ଟ କରି

  ପତି ବିନା ଘର ଶୁନ୍ୟ।


ଦିଲ୍ଲୀ ଯିବି ମୁହିଁ ସନ୍ତାନଙ୍କୁ ନେଇ

  ଭଡ଼ାଘର ସ୍ବାମୀ ଖୋଜ,

ସହିବା ସେଠାରେ ଖୁସି ଆନନ୍ଦରେ

  ଶୀଘ୍ରକରି ଘର ଖୋଜ।


ମଣିଷ କରିବା ସନ୍ତାନଙ୍କୁ ଆମ

  ପଢିବା ସୁବିଧା ତହି,

ମୁହିଁ ମଧ୍ୟ ସେଠି କରିବି ଟି କାର୍ଯ୍ୟ

  ନରହିବ କଷ୍ଟ ତହିଁ।


ପତ୍ନୀ କଥା ଶୁଣି ବଚନ ଦେଇଛି

  ଘର ଖୋଜୁ ଅଛି ମୁହିଁ,

ମାସେ ବିତି ଗଲା ମିଳୁ ନାହିଁ ଘର

  ଦୁଃଖରେ ଅଛିଟି ମୁହିଁ ।


ପତ୍ନୀ କରିଥିଲା ଟେଲିଫୋନ ଆଜି

  ଘର ମିଳିଲା କି ନାହିଁ

କହିଲି ପତ୍ନୀକୁ ଆନନ୍ଦ ମନରେ

  କିମ୍ପା ଚିନ୍ତା କର ତହିଁ ।


ବଚନ ଦେଇଛି ରହିବା ଦିଲ୍ଲୀରେ

  ସନ୍ତାନଙ୍କୁ ସଙ୍ଗେ ଘେନି,

ଅପେକ୍ଷା କରହେ କିଛି ଦିନ ପାଇଁ

  ଚିନ୍ତିତ ଆଉ ହୁଅନି।


ଜଗନ୍ନାଥଙ୍କର ସୁଦୟା ହୋଇବ

  ଭଡାଘର ମିଳିଯିବ,

ଆନନ୍ଦେ ରହିବା ସମସ୍ତେ ଏଠାରେ

  ପ୍ରଭୁକୃପା ରହିଥିବ।


ମହେନ୍ଦ୍ର ବାବୁ ସେ ଓଡ଼ିଆ ଲୋକଟି

  କଥା ଦେଇ ଛନ୍ତି ମତେ,

ଭଡାଘର ତାଙ୍କ ଖାଲି ହେଲା ଆଜି

  ଦେବେ ସେହୁ ଘର ମତେ।


ସନ୍ଧ୍ୟା ସାତଟାରେ ଡାକି ଛନ୍ତି ମତେ

  ଅଗ୍ରିମ କିଛି ଦେବା ପାଇଁ,

କାଲି ଠାରୁ ଆମେ ରହି ପାରିବାରେ

  ଦେବେ ଘର ଆମ ପାଇଁ।


ରବିବାର ଦିନ ଯିବି ମୁଁ ଗାଆଁକୁ

  ତୁମକୁ ଆଣିବା ପାଇଁ,

ସଂସାର ଗଢିବା ଅତି ହିଁ ଯତ୍ନରେ

   ଗୃହର ଉନ୍ନତି ପାଇଁ।


ପଢିବେ ସନ୍ତାନେ ମନ ଇଚ୍ଛା ଯାହା

  ଭଲ ମନୁଷ୍ୟ ଟି ହେବେ,

ଆନନ୍ଦେ ଗଢିବା ସଂସାର ଆମର

  ପ୍ରଭୁ ଆଶିର୍ବାଦ ଦେବେ।


ବହୁ କଷ୍ଟେ ଏହୁ ଘରଟି ମିଳିଛି

  ମହେନ୍ଦ୍ର ବାବୁଙ୍କ ଯୋଗୁଁ,

ଓଡ଼ିଆ ଲୋକ ସେ ଅତି ହିଁ ସରଳ

  ତାଙ୍କରି ଦୟାର ଯୋଗୁଁ।


ମନ ଇଚ୍ଛା ପ୍ରୀୟେ ପୂରଣଟି ହେଲା

  ଯିବି ରବିବାର ଘର,

ସନ୍ତାନଙ୍କୁ ଘେନି ଆସିବ ଏଠୃ

  ରହିବା ଅତି ଖୁସିରେ।


Rate this content
Log in

Similar oriya poem from Tragedy