ଭଡ଼ା ଘର
ଭଡ଼ା ଘର
ଜୀବନଟା ଏଠି ଭଡ଼ା ଘରେ ଅଛି
ଆଜି ଅଛି କାଲି ନାହିଁ
ଆସିଥିଲା ଏଠି ଫେରିବାର ଅଛି
ଚିରଦିନ କେହି ନାହିଁ
ଭଡ଼ା ଘର ପରା ଅଢେଇ ଦିନିଆ
ନୁହଁଇ ସେ ଚିରଦିନ
ଯେତେ ସଜାଡ଼ିଲା ହୁଏକି ନିଜର
ମାଲିକର ସବୁଦିନ
ତା ହାତରେ ଗଢା ସେହି ଘର ପରା
ଅସଲି ସେହି ମାଲିକ
ସେ ଚାହିଁଲେ ଗଢା ହୋଇବ ଯେ ମଡ଼ା
ଭସ୍ମ କୋଠରି ନରକ
ଭଡ଼ା ଘରେ ତୁହି ଅଛୁ ଯେତେ ଦିନ
ଯା କରି କରମ ଭଲ
ଭଡ଼ା ଘରୁ ଚାଲି ଗଲେ ଦିନେ ତୁହି
ପାଉଥିବେ ତତେ ଭଲ
ଭଡ଼ା ଘର ଦିନେ ଛାଡ଼ିବୁ ଯେ ତୁହି
ଆସିବ ଯେବେରେ ବେଳ
ଭଡ଼ା ଘର ମୋହ ଛାଡ଼ି ଦେରେ ତୁହି
ଦିନେ ନେବ ତତେ କାଳ
