STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଭଡ଼ା ଘର

ଭଡ଼ା ଘର

1 min
355

ଜୀବନଟା ଏଠି ଭଡ଼ା ଘରେ ଅଛି

ଆଜି ଅଛି କାଲି ନାହିଁ

ଆସିଥିଲା ଏଠି ଫେରିବାର ଅଛି

ଚିରଦିନ କେହି ନାହିଁ


ଭଡ଼ା ଘର ପରା ଅଢେଇ ଦିନିଆ

ନୁହଁଇ ସେ ଚିରଦିନ

ଯେତେ ସଜାଡ଼ିଲା ହୁଏକି ନିଜର

ମାଲିକର ସବୁଦିନ


ତା ହାତରେ ଗଢା ସେହି ଘର ପରା

ଅସଲି ସେହି ମାଲିକ

ସେ ଚାହିଁଲେ ଗଢା ହୋଇବ ଯେ ମଡ଼ା

ଭସ୍ମ କୋଠରି ନରକ


ଭଡ଼ା ଘରେ ତୁହି ଅଛୁ ଯେତେ ଦିନ

ଯା କରି କରମ ଭଲ

ଭଡ଼ା ଘରୁ ଚାଲି ଗଲେ ଦିନେ ତୁହି

ପାଉଥିବେ ତତେ ଭଲ


ଭଡ଼ା ଘର ଦିନେ ଛାଡ଼ିବୁ ଯେ ତୁହି

ଆସିବ ଯେବେରେ ବେଳ

ଭଡ଼ା ଘର ମୋହ ଛାଡ଼ି ଦେରେ ତୁହି

ଦିନେ ନେବ ତତେ କାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract