, ଭଡ଼ା ଘର
, ଭଡ଼ା ଘର
ଜନମିଲା ଦିନେ ନାରାୟଣ କାନେ
ଦେଇଥିଲେ ଦିବ୍ୟଜ୍ଞାନ
ହଟ ସରିଗଲେ ଫେରିବୁ ତୋ ଘରେ
ଘର ପ୍ରତି ଦେବୁ ଧ୍ୟାନ ।।
ଯାହା ଅରଜିଲି ବଙ୍ଗଳା ତୋଳିଲି
ସଜାଇଲି ଦାମୀ ଚିଜେ
ପିଲା ପାଠ ପଢା ଦାମୀ ଗାଡ଼ି ଚଢ଼ା
ଗର୍ବରେ ମୋ ମନ ହଜେ ।।
ପୁଅ ଝିଅ ମୋର ବଡ ଅଫିସର
ପାଆନ୍ତି ମୋଟା ପାଉଣା
ନାହିଁ ବେଳ ତାଙ୍କୁ ବୁଲି ଆସିବାକୁ
ଥରଟେ ଷଠି ଅଗଣା ।।
ପରିଣତ ଏହି ବୟସରେ ମୁହିଁ
କରେ ହିସାବ ନିକାଶ
ହ
ାଟ ସରିଗଲେ ଯିବି ବାହୁଡ଼ିରେ
ତୁଛା ପଡ଼ିବ ଏ ବାସ ।।
ଯିବି ମୁଁ ବାହୁଡ଼ି ଏହି ଘର ଛାଡ଼ି
ମୋ ନିଜ ଘରକୁ ଦିନେ
ଭାବେ ମୁଁ ମନର ଯାକୁ ନିଜ ଘର
ସେ ଭଡାଘର ସମାନେ ।।
ସଜାଇଲି କେତେ ଦରବରେ ସତେ
ଭଡା ଘର ନିଜ ହାତେ
ଭାବି ନାହିଁ ମନେ ଘର ଛାଡ଼ି ଦିନେl
ଫେରିବାକୁ ହେବ ମୋତେ ।।
ଏ ଘର ହସୁଛି ସେ ଘର କାନ୍ଦୁଛି
କରିନି ତା ପାଇଁ କିଛି
ସ୍ଵାର୍ଥେ ଅନ୍ଧ ହୋଇ ଭଡା ଘର ପାଇଁ
ସବୁ ମୁଁ ସାରି ଦେଇଛି ।।