STORYMIRROR

Bijoy Jena

Inspirational Others Children

3  

Bijoy Jena

Inspirational Others Children

ଭବେ ରଖିବ ସୁନାମ

ଭବେ ରଖିବ ସୁନାମ

1 min
346


  

ସିନ୍ଧୁ ମରୁଭୂମି ଅମରକୋଟରେ   

     ଜନ୍ମିଥିଲେ ଆକବର

ପିତା ହୁମା୍ୟୁନ  ସେରଶାହା ଡରେ

    ପଳାଇଲେ ବହୁଦୂର।


ରୁଚି ଅନୁଯାଇ    ପୁତ୍ର ଜନ୍ମ ଦିନ

    ପାଳିତ ହୋଇଲା ନାହିଁ

ଚିନ୍ତିତ ମନରେ   ତମ୍ବୁ ମଧ୍ଯେ ବସି

    ହୁମା୍ୟୁନ ବ୍ୟଥା ପାଇ।


ମନେ ପଡିଗଲା     ତଥାପି ରସିଛି

     ଗୋଟିଏ କସ୍ତୁରୀ ଥଳି

ଟିକେ ଟିକେ ଭାଙ୍ଗି  ବନ୍ଧୁମାନଙ୍କୁ ସେ

    ବାଣ୍ଟି ଦେଲେ ଭଳି ଭଳି।


ଆହେ ବନ୍ଧୁଗଣ   ଏଇ ଉପହାର

    ନିଅ ସର୍ବେ ଖୁସି ମନେ

ଏହା ଛଡା ଆଉ   କିଛିଵି ଦେଉନି

    ମୋର ପୁତ୍ର ଜନ୍ମ ଦିନେ।


ପ୍ରାର୍ଥନା କର ହେ  ମୋପୁତ୍ର ଯେପରି

    ଭବେ ରଖିବ ସୁନାମ

ବନ୍ଧୁ ଗହଣରେ  ବ୍ୟଥା ଭରା ହୃଦେ

     ଭଣୁଥିଲେ ହୁମା୍ୟୁନ।

   

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational