STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଭବାନୀପାଟଣାରେ ବର୍ଷା

ଭବାନୀପାଟଣାରେ ବର୍ଷା

1 min
238


ବହୁଦିନର କଂଟକିତ ପ୍ରତୀକ୍ଷା ପରେ

ବିଳମ୍ବିତ ମୌସୁମୀର ଲୁଚକାଳି ଖେଳ ଭିତରେ

ବର୍ଷା ଆସି ପହଞ୍ଚିଛି ଭବାନୀପାଟଣାରେ ।

ବର୍ଷା ଆସିଛି -

ରୌଦ୍ରତ ରାଜପଥରେ ଆଶ୍ୱସ୍ତିର ସଂଦେଶରେ

ସଂତାପିତ ଜନଜୀବନରେ ନିଷ୍ପତିର ଭାବନାରେ

ପୂଯୌବନା ମୌସୁମୀର ମର୍ମରିତ ଝକାରରେ

ରାଜନେତା ଓ ପ୍ରଶାସକଙ୍କ ଅହେତୁର ବ୍ୟସ୍ତତାରେ

ଚାଷୀକୁଳକ ସରାଗ ଓ ସଂତୁଷ୍ଟିରେ

ପରୀକ୍ଷାର୍ଥୀ ଓ ଶିକ୍ଷାର୍ଥୀଙ୍କ ଭଳିତ ଉଙ୍କଠାରେ

ସମସ୍ତ ବର୍ଗର ମଣିଷଙ୍କ ପ୍ରଶାର ପ୍ରଲେପରେ

ଉଠା ପରିବା, ଜଳଖିଆ ଓ ଅନ୍ୟାନ୍ୟ ଦୋକାନୀଙ୍କ ଭଳୁଡା ପସରାରେ

ମଧ୍ୟବିତ୍ତ ପରିବାରବର୍ଗଙ୍କ ମହଂଗା ବୋଝରେ ।

ବର୍ଷା ଆସିଛି – ନବ ଉନ୍ମାଦନା, ନୂତନ ସଂଭାବନାର ବିବତ ସ୍ଵପ୍ନରେ

ସୁରମ୍ୟ ସମ୍ପର୍କର ସୁରଭିତ’ ସେତୁବନ୍ଧରେ

ନୃତ୍ୟରତା ବନ୍ୟମୟୂରୀର ଅଭ୍ୟସ୍ତ ଛନ୍ଦପତନରେ

ନୀଳ ଉପତ୍ୟକାରେ ବିଚରଣରତ କବିକୁଳକ ଶିହରିତ ପୁଲକରେ

ଏକ ତରଙ୍ଗାୟିତ, ବୈଦ୍ୟୁତିକ ସ୍ପର୍ଶରେ ରୋମାଞ୍ଚିତ ରୋମନ୍ଥନରେ

ମେଘଦୂତରୁ ମେଘ ମହ୍ଲାର ପର୍ଯ୍ୟନ୍ତ ସାଂସ୍କୃତିକ ମହାଯାତ୍ରାରେ ।

ବର୍ଷା ଆସିଛି । ହର୍ଷ, ଉଲ୍ଲାସ, ଉଷତ୍ ଭାବର ଭରପୁର ସଂଭାରରେ

ଭାବାବେଗଭରା ବ୍ୟକ୍ତିତ୍ବଙ୍କ ନିରଳସ କର୍ମ ନିଷ୍ପାଦନରେ

ସ୍ଵର୍ଣ୍ଣାଭ ଅତୀତ, ବିପର୍ଯ୍ୟସ୍ତ ବର୍ତମାନ ଓ ସ୍ଵର୍ପୂଳ ଭବିଷ୍ୟତର ପୃଷ୍ଠଭୂମିରେ

ସର୍ବତ୍ର ପରିବ୍ୟାପ୍ତ ପରିପୂର୍ଣ୍ଣତା ଓ ପ୍ରାଣ ପ୍ରାଚୁର୍ଯ୍ୟର କୌମୁଦୀ ସୌରଭରେ

ଅଭିସପ୍ତ ଗନ୍ଧର୍ବର ଶାପମୁକ୍ତିର ଦୃଢ ସଂକଳ୍ପରେ

ଅନତିକ୍ରମଣୀୟ ଦୂରତ୍ବର ମୂକସାକ୍ଷୀ ଏକ ମାଇଲ ଖୁଣ୍ଟିରେ ।

ଭବାନୀପାଟଣାର ବର୍ଷା ଆସିଛି - ଏକ ଭବ୍ୟ, ନବୀନ ସମ୍ଭାବନାରେ

ପୁନଃ ସଂଚାରିତ ଓ ପ୍ରସାରିତ ନବସଂଜୀବନୀରେ

ପ୍ରଗତି ଓ ପରିବର୍ତ୍ତନର ପୃଥକୁ ଏକ ପରିଭାଷାରେ

ସୃଜନଶୀଳତାର ଭିନ୍ନ ଏକ ଦିଗନ୍ତରେ

ସର୍ବୋପରି - ବ୍ୟତିକ୍ରମ ଏକ ଶ୍ରାବଣୀ କବିତାରେ ।



Rate this content
Log in

Similar oriya poem from Classics