Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Inspirational

3  

Kunja Bihari Dalai

Inspirational

ଭାଷାର ଉନ୍ନତି ଦେଶର ପ୍ରଗତି

ଭାଷାର ଉନ୍ନତି ଦେଶର ପ୍ରଗତି

1 min
209


ସାହିତ୍ୟ ଅଟଇ ଜ୍ଞାନ ଗର୍ଭ ଗ୍ରନ୍ଥ

ଶିକ୍ଷା ସଂସ୍କାର ରଚନା ,

ଜାତିର ଉନ୍ନତି ନୁହଁଇ ସମ୍ଭବ

ସୁନ୍ଦର ସାହିତ୍ୟ ବିନା ।


ଭାଷାର ଉନ୍ନତି ଦେଶର ପ୍ରଗତି

କହିଛନ୍ତି ବିଜ୍ଞ ଜନ ,

ଲିଖନ ପଠନ ଶୁଦ୍ଧତା ନଥିଲେ

ଶିକ୍ଷା ଦୀକ୍ଷା ଅକାରଣ ।


ପୂର୍ବ ସାହିତ୍ୟିକ, ଗାଳ୍ପିକ, କବିଙ୍କ

ପାଇଁ ଗର୍ବିତ ଓଡ଼ିଶା ,

ଲେଖନୀ ମାଧ୍ୟମେ ଦେଖାଇ ଅଛନ୍ତି

ସମାଜକୁ ନୂଆ ଦିଶା ।


ବଢ଼ି ଅଛି ଏବେ ସାହିତ୍ୟକି ସଂଖ୍ୟା

ବଢୁନି ସାହିତ୍ୟ ମାନ ,

ସାହିତ୍ୟିକ ନିଜ ପ୍ରଚାରରେ ମଗ୍ନ 

ଏହାହିଁ ମୁଖ୍ୟ କାରଣ ।


ସମ୍ମାନ ପ୍ରତିଷ୍ଠା ଗୋଡାଇବ ପଛେ

ଲେଖାରେ ରଖିଲେ ନିଷ୍ଠା ,

ସ୍ବାର୍ଥେ ହୋଇ ଅନ୍ଧ ଲେଖନୀ ଚାଳନା

ବିଫଳ ମାତ୍ର ପ୍ରଚେଷ୍ଟା ।



Rate this content
Log in

Similar oriya poem from Inspirational